Hockey

ଲୋକସେବା ଭବନରେ ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ଓଡିଶା ଆସିଛନ୍ତି ଭାରତୀୟ ହକି ଦଳର ଖେଳାଳି | ପ୍ୟାରିସ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଅଣିଥିବାରୁ ଓଡ଼ିଶାରେ ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ ଶୋ’ରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ଭାରତୀୟ ହକି ଟିମ । ଏଠାରେ ପହଞ୍ଚିବା ହକି ଟିମ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ପ୍ୟାରିସ ଅଲିମ୍ପିକ୍ସର ହକି ଇଭେଣ୍ଟରେ କମାଲ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପାଦ ଥାପିଛି ଟିମ ଇଣ୍ଡିଆ । ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ଧୂଳି ଚଟାଇ କାଂସ୍ୟ ପଦକ ହାସଲ କରିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏଭଳି ଇତିହାସ ରଚି ଫେରିଥିଲା ଟିମ ଇଣ୍ଡିଆ ।

ତେବେ ବର୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ, କ୍ୟାପଟେନ ଓ ଗୋଲ କିପରଙ୍କୁ ୫୦ଲକ୍ଷ ଏବଂ ସପୋର୍ଟିଂ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

Related posts

ହକି ପ୍ରତିଯୋଗିତାରେ ଓଡ଼ିଶାର ବ୍ରୋଞ୍ଜ ପଦକ ହାସଲ

Odisha Sports Bureau

ଓଡ଼ିଶା ମହିଳା ହକି ଦଳ ସେମିରେ ପ୍ରବେଶ

Odisha Sports Bureau

୨୨ ଟି ନୂତନ ତାଲିମ କେନ୍ଦ୍ର ସହିତ ତୃଣମୂଳ ସ୍ତରର ହକି ବିକାଶକୁ ପ୍ରଶୟ ଦେଲା ଓଡ଼ିଶା 

Odisha Sports Bureau