Hockey

ହକି ହିରୋଙ୍କୁ ଜୋରଦାର ସ୍ୱାଗତ

ଭୁବନେଶ୍ୱର: ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ସୋ’ରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। ଏହି ସମୟରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପୁରୀ ସାହିଯାତ ନୃତ୍ୟ, ଛଉ ନୃତ୍ୟ, ଘୁମୁରା ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଜା ଆଦି ନୃତ୍ୟ ସାମିଲ ହୋଇଛି।
ବିମାନ ବନ୍ଦର ନିକଟରେ ସାଧାରଣ ଲୋକେ ଓ କଳାକାରମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଖେଳାଳିଙ୍କୁ ରାଜ୍ୟ କନଭେନସନ ହଲରେ ଅପରାହ୍ନ ସାଢେ ୫ଟାରେ ସମ୍ବର୍ଦ୍ଧିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ ଏବଂ ସପୋର୍ଟିଂ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

Related posts

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau

ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜନ ହେବ ପ୍ରଦର୍ଶନୀ ହକି ମ୍ୟାଚ୍

Odisha Sports Bureau

ହକି ବିଶ୍ୱକପରେ ଚମକ ବଢାଇବେ ଧକ୍ ଧକ୍ ଗାର୍ଲ

Odisha Sports Bureau