Badminton

ବାଙ୍ଗାଲୁରକୁ ୪-୩ରେ ପରାସ୍ତ କଲା ଚେନ୍ନାଇ

(ଓଡିଶା ସ୍ପୋର୍ଟସ): ଲକ୍ଷ ସେନଙ୍କ ସହାଯ୍ୟରେ ଚେନ୍ନାଇ ସୁପରଷ୍ଟାର ପ୍ରୀମିିୟର ବ୍ୟାଡମିଣ୍ଟନ ଲିଗ୍ ରେ ବାଙ୍ଗାଲୁର ରେପ୍ଟର୍ସଙ୍କୁ ୪-୩ରେ ପରାଜିତ କରିଛନ୍ତି । ପ୍ରଥମ ମ୍ୟାଚ୍ ହାରିବା ପରେ ଟାଁମି ସିୟାର୍ତୋ ଦ୍ୱିତୀୟ ମ୍ୟାଚରେ ବିସାଇ ପ୍ରଣିତଙ୍କୁ ୧୫-୧୩, ୧୦-୧୫, ୧୫-୧୧ ଏବଂ ଲକ୍ଷ (ଟ୍ରମ୍ପ ମ୍ୟାଚ୍) ବ୍ରାଇସ୍ ଲେଭରେଡେଜଙ୍କୁ ୧୫-୫, ୧୫-୪ରେ ପରାସ୍ତ କରି ଚେନ୍ନାଇକୁ ୩-୨ରେ ଆଗୁଆ ରହିଛନ୍ତି । ପେଙ୍ଗ୍ ସୁନ ଚେନ୍ ଓ ଇଓମ୍ ହି ବୋନ୍ ମିଶ୍ରିତ ଯୁଗୋଳରେ ଧ୍ରୁବ କପିଳା ଓ ଜୋସିକା ପୁଙ୍ଗ୍( ଟ୍ରମ୍ପ୍ ମ୍ୟାଚ୍)କୁ ୧୫-୭, ୧୫-୮ରେ ପରାସ୍ତ କରି ବାଙ୍ଗାଲୁରକୁ ଭଲ ଆରମ୍ଭ ଦେଇଥିଲା । ଚତୁର୍ଥ ମ୍ୟାଚରେ ବାଙ୍ଗାଲୁରକୁ ତାଇ ତ୍ୟୁ ୟିଙ୍ଗ୍ ଗାୟତ୍ରୀ ଗୋପିଚାନ୍ଦଙ୍କୁ ୧୩-୧୫, ୧୫-୬ରେ ପରାସ୍ତ କରି ୩-୩ ସ୍କୋର କରିଛନ୍ତି । ପରିଣତି ମୁକାବିଲାରେ ସାତ୍ୱିସାଇରାଜ ରେଙ୍କିରେଡ୍ଡୀ ଓ ଧ୍ରୁବ କପିଲାଙ୍କ ଯୋଡି ପୁରୁଷ ଯୁଗୋଳରେ ଚେନ ଓ ରେନ ଅଙ୍ଗୁଙ୍ଗ୍ ସପୁତ୍ରୋଙ୍କୁ ୧୩-୧୫, ୧୫-୫, ୧୫-୯ରେ ପରାସ୍ତ କରି ଚେନ୍ନାଇକୁ ବିଜୟ ଦେଇଛନ୍ତି ।

Related posts

ଇତିହାସରେ ପ୍ରମୋଦଙ୍କ ନାଁ

Odisha Sports Bureau

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ଥାଇଲାଣ୍ଡ ଓପନରେ ସଫଳତା ପରେ ନମ୍ବର ଓ୍ବାନକୁ ଫେରିଲେ ସାତ୍ତ୍ୱିକ-ଚିରାଗ