Cricket

ସିରିଜ୍ ମୂଳ ପୋଛ କଲା ଭାରତ

(ଓଡିଶାସ୍ପୋର୍ଟସ):ସୁପର୍ ସଣ୍ଡେରେ ଜବରଦସ୍ତ ବିଜୟ ସହ ଟି-୨୦ ସିରିଜକୁ ହ୍ୱାଇଟୱାଶ୍ କରିନେଇଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦଳ କ୍ରମାଗତ ପଞ୍ଚମ ମ୍ୟାଚରେ ପରାସ୍ତ ହେବା ସହ ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛି। ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୭ ରନରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବିଶ୍ୱକପ୍ ପାଇଁ ତା’ର ପ୍ରସ୍ତୁତି ଅଧିକ ମଜଭୁତ୍ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି।
ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିରାଟ୍ କୋହଲିଙ୍କ ସ୍ଥାନରେ କ୍ୟାପଟେନ୍ ଦାୟିତ୍ୱ ବହନ କରିଥିବା ରୋହିତ୍ ଟପ୍ ସ୍କୋରର ଭାବେ ସର୍ବାଧିକ ୬୦ (୪୧ ବଲ୍, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ରାହୁଲ୍ ୪୫ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି।

୧୬୪ ରନର ଲକ୍ଷ୍ୟର ପିଛା କରୁଥିବା କିୱି ଟିମର ଆରମ୍ଭ ବହୁତ ଖରାପ ରହିଥିଲା। ଦଳ ୧୭ ରନରେ ୩ ୱିକେଟ୍ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ (୨)ଙ୍କୁ ଯଶପ୍ରୀତ ବୁମ୍ରାଙ୍କ ପ୍ୟାଭିଲିୟନ୍ ପଠାଇଥିବା ବେଳେ କଲିନ୍ ମୁନରୋ (୧୫)ଙ୍କୁ ୱାଶିଂଟନ୍ ସୁନ୍ଦର କ୍ଲିନ୍ ବୋଲ୍ଡ କରିଥିଲେ । ଟମ୍ ବ୍ରୁସ୍ କ୍ରମାଗତ ଦ୍ୱିତୀୟଥର ଲାଗି ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ।

ତେବେ ମଧ୍ୟକ୍ରମରେ ଟିମ୍ ସିଫର୍ଟ ଓ ରସ୍ ଟେଲର ପୁଣିଥରେ ଦଳ ପାଇଁ ଲଢ଼ିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ୮୯ ରନର ମଜଭୁତ୍ ପାର୍ଟନରଶିପ୍ କରି ଦଳକୁ ବିଜୟ ନିକଟତର କରାଇଥିଲେ। ଏହା ମଧ୍ୟରେ ଶିବମ ଦୁବେଙ୍କ ଗୋଟିଏ ଓଭରରେ କିୱି ବ୍ୟାଟ୍ସମ୍ୟାନ୍ ୩୪ ରନ୍ କରିଥିଲେ, ଯାହା ଭ୍ରମଣକାରୀ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗି ନଭଦୀପ ସାଇନି ମ୍ୟାଚରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସାଇନି ଉଭୟ ସିଫର୍ଟ ଓ ଟେଲରଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

Related posts

ପଛରେ ପଡିଗଲେ କିଙ୍ଗ କୋହଲୀ

Odisha Sports Bureau

ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ କାମ କରିବାକୁ ପଡ଼ିବ: ଗାଙ୍ଗୁଲି

Odisha Sports Bureau

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau