Cricket

ଭାରତୀୟ ଦଳରୁ ବାଦ ପଡ଼ିଲେ ହାର୍ଦ୍ଦିକ

(ଓଡ଼ିଶା ସ୍ପୋର୍ଟ):  ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆହତ କାରଣରୁ ହାର୍ଦ୍ଦିକଙ୍କ ନାଁ ଟେଷ୍ଟ ଟିମ୍ ଚୟନ ପାଇଁ ବିଚାରକୁ ନିଆଯିବ ନାହିଁ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି।
ହାର୍ଦ୍ଦିକ ଶେଷଥର ପାଇଁ ଭାରତ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ। ଏହା ପରେ ସେ ଆହତ କାରଣରୁ ଅକ୍ଟୋବରରେ ନିଜର ପିଠିର ସର୍ଜରୀ କରାଇଥିଲେ। ଯେହେତୁ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି, ତେଣୁ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ହେଡ୍ ଫିଜିଓ ଆଶିଷ କୌଶିକଙ୍କ ସହ ଲଣ୍ଡନ୍ ଗସ୍ତ କରିବେ, ଯେଉଁଠାରେ ସ୍ପାଇନାଲ୍ ଡାକ୍ତର ସର୍ଜନ୍ ଜେମ୍ସ ଆଲିବୋନ୍ ତାଙ୍କ ଆଘାତର ପରୀକ୍ଷା କରିବେ।
ହାର୍ଦ୍ଦିକଙ୍କୁ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ହାର୍ଦ୍ଦିକ ଯେପର୍ୟ୍ୟନ୍ତ ଶତପ୍ରତିଶତ ଫିଟନେସ୍ ହାସଲ କରିନାହାନ୍ତି, ସେ ପର୍ୟ୍ୟନ୍ତ ଏନସିଏରେ ହିଁ ରିହ୍ୟାଲିଟେଶନରେ ରହିବେ। ଅନ୍ୟପକ୍ଷରେ ହାର୍ଦ୍ଦିକ କହିଛନ୍ତି, ଆହତ ପରେ ପ୍ରତ୍ୟାବର୍ତ୍ତନ କରିବା ବହୁତ କଷ୍ଟକର। ବର୍ତ୍ତମାନ ଟିମ୍ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଲଗାତର ବିଜୟୀ ମଧ୍ୟ ହେଉଛି। ଯଦି ମୁଁ ଟିମରେ ଥାନ୍ତି, ତାହେଲେ ନିଶ୍ଚିତ ଖୁସି ହୋଇଥାନ୍ତି। ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ।

ଭାରତୀୟ ଦଳରୁ ବାଦ ପଡ଼ିଲେ ହାର୍ଦ୍ଦିକ

Related posts

ଆଉଟ୍ ଥିଲେ କେଏଲ୍ ରାହୁଲ, ଅମ୍ପାୟାର ଦେଲେ ଜୀବନଦାନ! ଆଫଗାନିସ୍ତାନର ଏକ ବଡ଼ ଭୁଲ

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

Odisha Sports Bureau

ମଦ୍ୟପାନ କରି ଗାଡ଼ି ଚଲାଇବା ମାମଲାରେ ଦୋଷୀ ସାବ୍ୟସ୍ତ ଡେଭିଡ୍ ୱାର୍ଣ୍ଣର…

Odisha Sports Bureau