Uncategorized

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

(ଓଡ଼ିଶା ସ୍ପୋର୍ଟସ ): ସ୍ବତନ୍ତ୍ର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ନେପାଳର ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲା । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ଲିଗ୍ର ଦ୍ୱିତୀୟ ପର୍ୟ୍ୟାୟରେ ଶନିବାର ଆମେରିକା ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ କୁଶାଳ ପଦାର୍ପଣ କରଛନ୍ତି। ସେ ୧୫ ବର୍ଷ ଓ ୩୪୦ ଦିନ ବୟସରେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୧ ବଲର ସମ୍ମୁଖୀନ ହୋଇ ୫୦ ରନ୍ କରିଥିଲେ। ତାଙ୍କ ଇନିଂସ ଯୋଗୁ ନେପାଳ ୩୫ ରନ୍ରେ ୟୁଏସ୍ଏକୁ ହରାଇ ଦେଇଛି। ଏଥିପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନେପାଳର ରୋହିତ ପଉଦେଲଙ୍କ ନାମରେ ଥିଲା। ସେ ୧୬ ବର୍ଷ ୧୪୬ ଦିନରେ ୨୦୧୯ରେ ୫୫ ରନ୍ର ଇନିଂସ ଖେଳିଥିଲେ।

Related posts

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ

ପାକିସ୍ତାନର ଆକ୍ରମଣକୁ ନିନ୍ଦା

Odisha Sports Bureau

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

Odisha Sports Bureau