More Sports

କାନ୍ସ୍ ଓପନ ଚେସ୍ ଟୁର୍ଣ୍ଣାମଣ୍ଟର ଟାଇଟଲ୍ ଜିତିଲେ ଗୁକେଶ

(ଓଡିଶା ସ୍ପୋର୍ଟସ): ଭାରତର ୧୩ ବର୍ଷିୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ୍ ଫ୍ରାନ୍ସରେ ଚାଲିଥିବା କାନ୍ସର ଶେଷ ପର୍ଯ୍ୟାୟରେ ଆୟୋଜକ ଦେଶର ହଋତ୍ୟୁନଙ୍କୁ ପରାସ୍ତ କରି ୭.୫ ଅଙ୍କ ସହିତ ୩୪ତମ କାନ୍ସ ଓପନ ଚେସ୍ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ଜିତି ନେଇଛନ୍ତି । ଗତ ବର୍ଷ ବିଶ୍ୱର ଦ୍ୱିତୀୟ ସବୁଠାରୁ ଯୁବ ଗ୍ରାଣ୍ଡମାଷ୍ଟର ହୋଇଥିବା ଗୁକେଶ ଫ୍ରାନ୍ସର ପ୍ରତିଦ୍ୱନ୍ଦିଙ୍କୁ ୫୦ ଚାଲରେ ପରାସ୍ତ କରିଛନ୍ତି । ତାମିଲନାଡୁର ଏହି ଖେଳାଳି ଗତ ସପ୍ତାହରେ ଡେନମାର୍କର ହିଲରୋଡରେ ୧୧୦ତମ ଆନିଭର୍ସରୀ ଓପନ ଟୁର୍ଣ୍ଣାମେଣ୍ଟ ରୂପରେ ନିଜର ପ୍ରଥମ ଓପନ ଟାଇଟଲ୍ ଜିତିଥିଲେ । ଗୁକେଶ ପ୍ରତିଯୋଗିତା ମଧ୍ୟରେ ଅଜୟ ରହିଛନ୍ତି । ସେ କେବଳ ବାର୍ଗସେଘୟାନ ନୁହେଁ ଚୀନର ଚୋଙ୍ଗସୋଙ୍ଗ୍ ଝୋଙ୍ଗ୍ଙ୍କୁ ମଧ୍ୟ ପରାସ୍ତ କରିଛନ୍ତି । ଭାରତର ଶିବାମହାଦେବନ ୬ଅଙ୍କ ସହିତ ୧୦ତମ ସ୍ଥାନରେ ରହିଛନ୍ତି ।

Related posts

ମେରିକମ୍‌ଙ୍କୁ ‘ଓଏଲ୍‌ୱାଇ’ ମାନ୍ୟତା ପ୍ରଦାନ

Odisha Sports Bureau

ଦେଶ ପାଇଁ ଗୌରବ ଆଣିଲେ ରବି ଦହିୟା

ମୌମା ଦାସଙ୍କ ସମେତ ମୋଟ ୭ଜଣ ଖେଳାଳିଙ୍କୁ ପଦ୍ମଶ୍ରୀ ପୁରସ୍କାର

Odisha Sports Bureau