Cricket

ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାକୁ ଫେରିଲେ ଏହି ଖେଳାଳୀ

(ଓଡ଼ିଶା ସ୍ପୋର୍ଡ଼ସ ): ମାର୍ଚ୍ଚ ୧୨ ରୁ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକାକୁ ଫାଫ୍ ଡୁ ପ୍ଲେସିସ୍ ଏବଂ ରସି ଭାନ୍ ଡୁ ଡୁସେନ୍ଙ୍କୁ ଦଳକୁ ଫରିଛନ୍ତି। ଗତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପ ପରଠାରୁ ଡୁ ପ୍ଲେସିସ୍ କୌଣସି ଦିନିକିଆ ଖେଳି ନାହାଁନ୍ତି। ତା’ପରେ ଦକ୍ଷିଣ ଆଫ୍ରିକାକୁ ଏକ ଭୟଙ୍କର ପରାଜୟର ସମ୍ମୁଖୀନ ହେବାକୁ ପଡିଲା ଜ୍ଝ
ନିକଟରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିରିଜରେ ପ୍ଲେସିସ୍ ବିଶ୍ରାମ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଅଧିନାୟକତ୍ୱରୁ ବିଦାୟ ନେଇଥିଲେ ଏବଂ ୱିକେଟ୍ କିପର କ୍ୱିଣ୍ଟନ୍ ଡି କକ୍ଙ୍କୁ ଦଳର ଦାୟିତ୍ୱ ଦିଆଯାଇଥିଲା।
ଏଥି ସହିତ ଡୁସେନ୍ ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଧର୍ମଶାଳାରେ ଖେଳାଯିବ ଜ୍ଝ ଦ୍ୱିତୀୟ ଦିନିକିଆ ୧୫ ମାର୍ଚ୍ଚରେ ଲକ୍ଷେ୍ମାøରେ ଏବଂ ତୃତୀୟ ଦିନିକିଆ ୧୮ ମାର୍ଚ୍ଚରେ କୋଲକାତାରେ ଅନୁଷ୍ଠିତ ହେବ।
ଦଳ: କ୍ୱିଣ୍ଟନ୍ ଡି କକ୍ (ଅଧିନାୟକ ତଥା ୱିକେଟ୍ କିପର), ଟେମ୍ବା ବାଭୁମା, ରସି ଭାନ୍ ଡେର୍ ଡୁସେନ୍, ଫାଫ୍ ଡୁ ପ୍ଲେସିସ୍, କାଇଲ୍ ଭେରିନାଏ, ହେନ୍ରିକ୍ କ୍ଲାସେନ୍, ଡେଭିଡ ମିଲର, ଜନ୍-ଜନ୍ ସ୍ମୁଟ୍ସ, ଆଣ୍ଡାଇଲ୍ ଫେହୁଲୁକ୍ୱୋ, ଲୁଙ୍ଗି ନିଗିଡି, ଲୁଥୋ ସିପାମଲା, ବେରୁନ୍ ହେଣ୍ଡ୍ରିକ୍ସ, ଏନ୍ରିକ୍ ନର୍ଥଜେ, ଜର୍ଜ ଲିଣ୍ଡେ, କେଶବ ମହାରାଜ ଜ୍ଝ

Related posts

ବିଶ୍ୱର ସବୁଠୁ ଧନୀ କ୍ରିକେଟର

Odisha Sports Bureau

IPLରେ ଶ୍ରେଷ୍ଠ ଅଧିନାୟକ ICCରେ ଫେଲ୍?

Odisha Sports Bureau

ଆଇପିଏଲ ୨୦୨୦ ଅନ୍ରିକ୍ ନର୍ଖିୟା ଶ୍ରେଷ୍ଠ ଦ୍ରୁତତମ ବୋଲର ଭାବେ ବିବେଚିତ

Odisha Sports Bureau