Hockey

କରୋନା ପାଇଁ ଘୁଞ୍ଚିଲା ଅଜଲାନ ଶାହ କପ

(ଓଡ଼ିଶା ସ୍ପୋଟ): ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇଛି । ମହାମାରୀ କରୋନା ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି । ଏହି ଭାଇରସ ଏବେ କ୍ରୀଡ଼ା ଜଗତ ଉପରେ ମଧ୍ୟ ଆଖି ପକାଇଲାଣି । କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସୋମବାର ପ୍ରତିଷ୍ଠିତ ଅଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ୨୯ତମ ସଂସ୍କରଣକୁ ସ୍ଥଗିତ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ସୂଚୀ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୧୧ରୁ ୧୮ ତାରିଖ ପର୍ୟ୍ୟନ୍ତ ମାଲେସିୟାର ଇପୋଠାରେ ଆୟୋଜିତ ହେବାର ଥିଲା। କିନ୍ତୁ ଏବେ ଏହାକୁ ଚାରିମାସ ଘୁଞ୍ଚାଇ ଦିଆଯାଇଛି ଏହା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ନୂଆ କ୍ରୀଡା ସୂଚି ପ୍ରକାଶ କରି କୁହାଯାଇଛି।

ମାରାତ୍ମକ କରୋନା ଭାଇରସ୍ କାରଣରୁ ପୂର୍ବରୁ ଅନେକ କ୍ରୀଡ଼ା ପ୍ରତିଯୋଗିତା ବାତିଲ୍‌, ସ୍ଥଗିତ ଏବଂ ସ୍ଥାନାନ୍ତର କରାଯାଇଛି। କରୋନା କାରଣରୁ କତାରର ରାଜଧାନୀ ଦୋହାରେ ମାର୍ଚ୍ଚ ୮ ତାରିଖରୁ ହେବାକୁଥିବା ମୋଟୋ ଜିପି ସିଜନର ପ୍ରଥମ ରେସକୁ ବାତିଲ କରିଦିଆଯାଇଛି। ସେହିପରି ଏପ୍ରିଲ୍ ୧୯ ତାରିଖରେ ସାଙ୍ଘାଇରେ ହେବାକୁଥିବା ଫର୍ମୂଲା ୱାନ୍ ଚାଇନିଜ୍ ଗ୍ରାଁ ପ୍ରି ଏବଂ ଦକ୍ଷିଣ କୋରିଆରେ ହେବାକୁଥିବା ଏସିଆନ୍ ବକ୍ସିଂ କ୍ୱାଲିଫାୟର୍ସ, ୱାର୍ଲ୍ଡ ଟେବୁଲ୍ ଟେନିସ୍ ଚାମ୍ପିୟନଶିପକୁ ମଧ୍ୟ ବାତିଲ କରାଯାଇଛି।

Related posts

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି

Odisha Sports Bureau

ହକି ବିଶ୍ବକପ୍‌ ; ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର ମିଳିବ

Odisha Sports Bureau