Cricket

କରୋନା ପ୍ରଭାବ: ଦିଲ୍ଲୀରେ ଇଣ୍ଡିଆନ ପ୍ରିମିୟର ଲିଗର ମ୍ୟାଚ ଖେଳାଯିବ ନାହିଁ

(ଓଡ଼ିଶା ସ୍ପୋର୍ଟସ): ଭାରତରେ କରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ଯାହାର ଜୀବନଶୈଳୀ ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତ ଏପରିକି ଖେଳ ଜଗତରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି । ଖେଳକୁ ନେଇ ଦିଲ୍ଳୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଦିଲ୍ଲୀରେ କୌଣସି ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ ଖେଳାଯିବ ନାହିଁ । ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଏକାଠି ନ ହେବାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଏହି ନିଷ୍ପତ୍ତି ନେଇଛି । ଦିଲ୍ଲୀ ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ମଧ୍ୟ ଆଇପିଏଲରୁ ଦୂରେଇ ରହିବ ଭଲ ବୋଲି କହିଥିଲେ ।

ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ଉପରେ ପଡ଼ିଛି କରୋନା ପ୍ରଭାବ । ମ୍ୟାଚ ହେବା ନେଇ ଦେଖାଦେଇଛି ସଙ୍କଟ । ଆସନ୍ତାକାଲି ବିସିସିଆଇର କାଉନସିଲ ବୈଠକ ଅନୁଷ୍ଠିତ ହେବ । ଯେଉଁଥରେ ଆଇପିଏଲର ମ୍ୟାଚ କିପରି ଏହି ସଙ୍କଟ ଭିତରେ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ।

Related posts

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

Odisha Sports Bureau

କୌଣସି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହେଡ କୋଚ ପାଇଁ ଅଫର ଦିଆଯାଇ ନାହିଁ; ବିସିସିଆଇ