Cricket

ଆଇସିସିର ନୂଆ ନିୟମରେ ପ୍ରଭାବିତ ହେବ ନାହିଁ ଇଂଲଣ୍ଡ ଦଳ – ଜୋ ରୁଟ

(ମମତା ସାମଲ): ସାଲିଭା ବ୍ୟାନ(ବଲକୁ ସ୍ୱିଙ୍ଗ ବା ସାଇନିଂ କରିବା ପାଇଁ ବ୍ୟବହୃତ ହେଉଥିବା ଲାଳ ବା ଝାଳ) ଇଂଲଣ୍ଡରେ ବେଶି ପ୍ରଭାବ ପକାଇବ ନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ ଏବଂ ବର୍ତମାନ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ । ବର୍ତମାନ ମହାମାରୀ କରୋନା ସମୟ । ଏହି ସମୟରେ କୌଣସି ଖେଳାଳି ବଲକୁ ସାଇନ କରିବା ପାଇଁ ଝାଳ କିମ୍ୱା ଲାଳ ବ୍ୟବହାର କରିପାରିବେ ନାହିଁ ବୋଲି ଆଇ. ସି. ସି ନୂଆ ନିୟମ କରିଛି । ପୁରୁଣା ବଲକୁ ସ୍ଵିଙ୍ଗ କରିବା ପାଇଁ ସାଧାରଣତଃ ଏହି ବଲ ସାଇନ କରାଯାଏ ।

ତେବେ ଇଂଲଣ୍ଡର କଣ୍ଡିସନ ପେସ ଏବଂ ସ୍ଵିଙ୍ଗ ବୋଲରଙ୍କୁ ସୁହାଏ । ତେବେ ଡ୍ୟୁକସ ବଲରେ ବୋଲିଙ୍ଗ କରିଲେ ଏହା ୪୫ ରୁ ୫୦ ଓଭର ଯାଏ ବୋଲରଙ୍କୁ ସହାୟକ ହୋଇଥାଏ ବୋଲି ଏହି ଦୁଇ ଜଣ ମତ ଦେଇଛନ୍ତି । ଏହା ସହ ଅନ୍ୟ ଦୁଇ କମ୍ପାନୀର ବଲ ଯଥା କୋକାବୁରା ଏବଂ ଏସ.ଜି ବଲ ଆହୁରି ଅଧିକ ସ୍ଵିଙ୍ଗ ହୁଏ ବୋଲି ସେମାନେ ମତ ଦେଇଛନ୍ତି । ଏହା ସହ ସାଲିଭା ବ୍ୟାନ ସମସ୍ତଙ୍କ ପାଇଁ ସହାୟକ ହେବା ସହ ବ୍ୟାଟସମ୍ୟାନ ମାନେ କିଛିଟା ଉପକୃତ ହେବ । ସ୍ପିନର ମାନଙ୍କର ଦବଦବା ମଧ୍ୟ ରହିବ ବୋଲି ଉଭୟେ ମତ ଦେଇଛନ୍ତି ।

Related posts

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

Odisha Sports Bureau

ଟେଷ୍ଟ ମାନ୍ୟତାରେ ଭାରତ,କୋହଲି ନମ୍ବର ୧

ରିଷଭ ପନ୍ତଙ୍କୁ ବଡ଼ ଝଟକା, ୨୭ କୋଟିରୁ ଖସିଲା ଦରମା

Odisha Sports Bureau