Tennis

୨୦୨୧ ଅଲିମ୍ପିକ୍ସ ଉପରେ ନଜର ରଖିଛନ୍ତି ଫେଡେରର

(ଓଡିଶା ସ୍ପୋର୍ଟସ): ଦୁଇ ଦୁଇ ଥର ଆଣ୍ଠୁ ଅପରେସନରୁ ସୁସ୍ଥ ହୋଇଥିବା ରୋଜର ଫେଡେରର ବର୍ତ୍ତମାନ ୨୦୨୧ ଟେନିସ୍ ଋତୁ ଏବଂ ଟୋକିଓ ଅଲିମ୍ପିକ୍ସ ଉପରେ ନଜର ରଖିଛନ୍ତି ।

ଫେଡେରର ସୋମବାର କହିଛନ୍ତି ଯେ ସେ ବର୍ତ୍ତମାନ ଟପ୍ ଲେଭଲ୍ ଟେନିସ୍ ଖେଳି ପାରିବେ ନାହିଁ, କିନ୍ତୁ ସେ ଏହା ଆଡକୁ ଦ୍ରୁତ ଗତିରେ ଯାଉଛନ୍ତି ।
ଅନଲାଇନରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି’ । ଫେଡେରର, ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍, ସିଙ୍ଗଲ୍ସରେ କେବେବି ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ନାହାଁନ୍ତି । ସେ କହିଛନ୍ତି ମୁଁ ଆସନ୍ତା ବର୍ଷ ଏହି ଇଚ୍ଛା ପୂରଣ କରିବାକୁ ଚାହୁଁଛି।

ଅଲିମ୍ପିକ୍ ଫାଇନାଲ୍ ୧ ଅଗଷ୍ଟ ୨୦୨୧ରେ ଅନୁଷ୍ଠିତ ହେ ବ। ଫେଡେରର ଏକ ସପ୍ତାହ ପରେ ୪୦ ବର୍ଷ ପୁରଣ କରିବେ। ସେ ବେଜିଂ ଅଲିମ୍ପିକ୍ସ ୨୦୦୮ ରେ ତାଙ୍କ ସ୍ୱିସ୍ ପାର୍ଟନର ଷ୍ଟାନ୍ ୱାଉରିଙ୍କାଙ୍କ ସହ ଡବଲ୍ସ ସ୍ୱର୍ଣ୍ଣ ଜିତିଥିଲେ ।

Related posts

ଫ୍ରେଞ୍ଚ ଓପନ୍‌ରେ ପ୍ରଥମ ଥର ପାଇଁ ଏହା ଘଟିଲା, ଏହି 24 ବର୍ଷୀୟ ଖେଳାଳି ମହିଳା ସିଙ୍ଗଲ୍ସରେ ଇତିହାସ ସୃଷ୍ଟି କଲେ

Odisha Sports Bureau

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau