Tennis

ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ବାର୍ଟି

(ଓଡିଶା ସ୍ପୋର୍ଟସ): ଅଷ୍ଟ୍ରେଲିଆ ଓପନର ନବମ ଦିନରେ ମହିଳାମାନଙ୍କ ଦୁଇଟି କ୍ୱାଟର ଫାଇନାଲ୍ ମୁକାବିଲା ଖେଳାଯାଇଛି । ବିଶ୍ୱର ନଂ୧ ଖେଳାଳି ଏଶ୍ଲେ ବାର୍ଟିଙ୍କୁ କ୍ୱାଟରଫାଇନାଲରେ ପେତ୍ରା କ୍ୱିତୋବାଙ୍କ ବିପକ୍ଷରେ ବିଜୟ ପାଇଁ ପ୍ରଥମ ସେଟରେ ତାଙ୍କ ଟିକିଏ ପ୍ରରିଶ୍ରମ କରିବାକୁ ପଡିଥô୍ଲା, କିନ୍ତୁ ଏହା ପରେ ସେ ଜବରଦସ୍ତ ପ୍ରଦର୍ଶନ କରି ବାଜି ମାରି ନେଇଥିଲେ । ବାର୍ଟି ଦୁଇଥର ୱିମ୍ବିଲଣ୍ଡନ୍ ଚମ୍ପିଆନ କ୍ୱିତୋଭାଙ୍କୁ ସିଧା ସେଟରେ ୭-୬(୬), ୬-୨ରେ ପରାସ୍ତ କରି ପ୍ରଥମଥର ଅଷ୍ଟ୍ରେଲିଆ ଓପନର ସେମିଫାଇନାଲରେ ପହଁଞ୍ଚିବାରେ ସଫଳ ହୋଇଥିଲେ । ଏହା ସହିତ ସେ ୩୬ ବର୍ଷ ବୟଷରେ ନିଜ ଘରୋଇ ଗ୍ରାଣ୍ଡ ସ୍ଲାମ୍ ର ସେମିଫାଇନାଲରେ ପହଁଞ୍ଚିଥିବା ପ୍ରଥମ ଅଷ୍ଟ୍ରେଲିଆ ମହିଳା ଖେଳାଳି ମଧ୍ୟ ହୋଇଛନ୍ତି । ଏବେ ସେମିଫାଇନାଲରେ ବାର୍ଟିଙ୍କ ସାମମ୍ନା ଆମେରିକାର ୨୧ବର୍ଷିୟ ଖେଳାଳି ସୋଫିଆ କେନିନଙ୍କ ସହିତ ହେବ ।

ଏହା ପୂର୍ବରୁ ଦିନର ପ୍ରଥମ ମୁକାବିଲାରେ ଆମେରିକାର ୨୧ ବର୍ଷିୟ ଖେଳାଳି ସୋଫିଆ କେନିନ୍ ନିଜର ଭଲ ଫାର୍ମ ଜାରି ରଖି କ୍ୱାଟର ଫାଇନାଲରେ ବିଜୟ ହାସଲ କରିନେଇଛନ୍ତି । ମଙ୍ଗଳବାର ଦିନ ଖେଳାଯାଇଥିବା ମୁକାବିଲାରେ ୧୪ତମ ସ୍ଥାନରେ ଥିବା କେନିନ୍ ଟ୍ୟୁନିସିୟାର ଓନଓ ଜେବୁରଙ୍କୁ ସିଧା ସେଟ୍ ୬-୪, ୬-୪ରେ ପରାସ୍ତ କରିଛନ୍ତି ।

Related posts

ପଞ୍ଚମ ଥର ପାଇଁ ଇଟାଲୀ ଓପନ୍ ଚାମ୍ପିଅନ୍ ହେଲେ ଜୋକୋଭିକ୍

Odisha Sports Bureau

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

Odisha Sports Bureau

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

Odisha Sports Bureau