Cricket

ସୁର୍ଯ୍ୟଙ୍କ ପ୍ରଶଂସାରେ ଶତମୂଖ ବ୍ରାଏନ ଲାରା

(ଓଡିଶା ସ୍ପୋର୍ଟସ୍): ସରିଛି ଆଇପିଏଲ କିନ୍ତୁ ମୂମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ସୁର୍ଯ୍ୟ କୁମାର ଯାଦବଙ୍କ ଚମକ୍ରାର ଖେଳ ପ୍ରଦର୍ଶନର ଚର୍ଚ୍ଚା ଥମିବାର ଦେଖାଯାଉନାହିଁ । ତାଙ୍କ ପ୍ରଶଂସକଙ୍କ ତାଲିକାରେ ସାମିଳ ହୋଇଛନ୍ତି କିମ୍ପଦନ୍ତି ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା । ସୁର୍ଯ୍ୟଙ୍କ ପ୍ରଶଂସାରେ ଶତମୂଖ ହୋଇ ବ୍ରାଏନ କହିଛନ୍ତି, ଯାଦବ ହେଉଛନ୍ତି ଏକ କ୍ଲାସି ପ୍ଲେୟାର । ଲାରା ଆହୁରି ମଧ୍ୟ କହିଛନ୍ତି, ସେ କେବଳ ବ୍ୟାଟ୍ସମ୍ୟାନଙ୍କ ରନକୁ ଗୁରୁତ୍ୱ ଦିଅନ୍ତି ନାହିଁ ବରଂ କାଙ୍କ ହିସାବରେ ଟେକନିକ, ଦକ୍ଷତା ଏବଂ ଜଟିଳ ପରିସ୍ଥିତିରେ କିଭଳି ଶାନ୍ତ ମନରେ ଜଣେ ଉତ୍ତମ ଖେଳର ପ୍ରଦର୍ଶନ କରୁଛି ସେଟା ମଧ୍ୟ ଗୁରୁତିବପୂର୍ଣ୍ଣ ଅଟେ ।

ସମସ୍ତେ ପ୍ରାୟ ଜାଣନ୍ତି ଓପନରଙ୍କୁ ବାଦ୍ ଦେଲେ ଦଳ ପାଇଁ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବା ଖେଳାଳି ଟିମର ଶ୍ରେଷ୍ଠ ଏବଂ ଭରଷାଯୋଗ୍ୟ ବ୍ୟାଟସମ୍ୟାନ୍ ହୋଇଥାଏ। ସେ ଚଳିତ ଆଇପିଏଲ ସିଜିନରେ ୪୮୦ ରନ୍ ସଂଗ୍ରହ କରିଥିଲେ। ଜବରଦସ୍ତ ଫର୍ମରେ ଥିବା ସତ୍ତ୍ବେ ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ହୋଇଥିବା ଦଳରେ ସେ ସ୍ଥାନ ପାଇନଥିଲେ। ୩୦ ବର୍ଷୀୟ ଯାଦବ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ସଦସ୍ୟ ହେବାର ଥିଲା ବୋଲି ଲାରା କହିଛନ୍ତି।

Related posts

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

Odisha Sports Bureau

ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ବେଲର ଦାମ ୪୦ ଲକ୍ଷ ଟଙ୍କା

Odisha Sports Bureau

ଆଇପିଏଲ୍‌ରୁ ବାଦ ପଡ଼ିଲେ ଦ୍ରୁତ ବୋଲର ଦୀପକ ଚହର

Odisha Sports Bureau