Tennis

ଟେନିସ୍ ହଲ ଅଫ୍ ଫେମ୍ ଆଲେକ୍ସ ଓଲମେଡୋଙ୍କ ଦେହାନ୍ତ

(ଓଡିଶା ସ୍ପୋଟର୍ସ): ଅନ୍ତଃରାଷ୍ଟ୍ରିୟ ଟେନିସ୍ ହଲ ଅଫ ଫେମ୍ ରେ ଶାମିଲ ହୋଇଥିବା ୧୯୫୯ର ୱିମ୍ବଲଣ୍ଡନ୍ ଏବଂ ଅଷ୍ଟ୍ରେଲିଆ ଓପନ ଚମ୍ପିଆନ ଆଲେକ୍ସ୍ ଓଲମେଡୋଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟଷ ୮୪ ବର୍ଷ ଥିଲା । ଓଲମେଡୋଙ୍କ ପୁତ୍ର ଆଲେଜାନ୍ଦ୍ରୋ ଜୁନିୟର କହିଛନ୍ତି କି ତାଙ୍କ ବୁଧବାରଦିନ ମସ୍ତିଷ୍କ କର୍କଟ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଓଲମେଡୋଙ୍କ ଜନ୍ମ ୧୯୩୬ରେ ପେରୁ ରେ ହୋଇଥିଲା, କିନ୍ତୁ ପରବର୍ତ୍ତି ସମୟରେ ସେ ଆମେରିକାର ବାସିନ୍ଦା ହୋଇଥିଲେ । ସେ ୧୯୫୮ ମସିହରେ ଆମେରିକା ପାଇଁ ଡେଭିସ୍ କପ୍ ଖେଳି ଟାଇଟଲ୍ ଜିତିଥିଲେ । ସେ ହେମ୍ ରିଚାର୍ଡସନଙ୍କ ସହ ଆମେରିକୀ ରାଷ୍ଟ୍ରିୟ ଚମ୍ପିଆନଶିପ୍ ମଧ୍ୟ ଜିତିଥିଲେ, ଯାହାକୁ ବର୍ତ୍ତମାନ ଆମେରିକା ଓପନ୍ କୁହାଯାଉଛି ।

Related posts

ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଡେଭିସ୍ କପ୍ ମୁକାବିଲାରୁ ବୋପନ୍ନା ବାହାର

Odisha Sports Bureau

ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଭାଗ ନେବେ ୪୫୦ ଜଣ

Odisha Sports Bureau

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍