(ନୂଆଦିଲ୍ଲୀ): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୨ରେ ହେବାକୁ ଥିବା ମହିଳା କ୍ରିକେଟ ବିଶ୍ୱକପର କ୍ରୀଡାସୂଚୀ ମଙ୍ଗଳବାର ଜାରି କରିଛି । ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ୟ୍ୟନ୍ତ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଓ୍ୱେଲିଂଟନର ବେସିନ ରିଜର୍ଭରେ ଖେଳାଯିବ । ତେବେ ଟୁର୍ଣ୍ଣାମେଣ୍ଟରରେ ଟିମ୍ ଇଣ୍ଡିଆ ମାର୍ଚ୍ଚ ୬ ତାରିଖରେ ପ୍ରଥମ ମ୍ୟାଚ ଖେଳିବ। ଭାରତ ବିଶ୍ବକପର ସମୁଦାୟ ୭ଟି ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ ସହ ୪ଟି ମ୍ୟାଚ୍ ଖେଳିବା ପରେ ୩ଟି ମ୍ୟାଚ କ୍ୱାଲିଫାୟର ଟିମ୍ ସହ ଖେଳିବ। ଏପ୍ରିଲ ୩ ତାରିଖରେ ଖ୍ରୀଷ୍ଟଚର୍ଚ୍ଚ ଷ୍ଟାଡିଅମରେ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ ।
ସୂଚନାଯୋଗ୍ୟ, ୨୦୨୧ ଫେବୃଆରୀରେ ବିଶ୍ୱକପ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନା ମହାମାରୀ କାରଣରୁ ଏହାକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା।