Cricket

ପ୍ରଥମ ମ୍ୟାଚରେ ଭାରତର କବଜା

କଲମ୍ବୋ(ଓଡିଶା ସ୍ପୋର୍ଟସ): ବିଜୟ ସହ ଅଧିନାୟକ ପଦର ଶୁଭାରମ୍ଭ କରିଛନ୍ତି ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୭ ୱିକେଟରେ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୯ ୱିକେଟ ହରାଇ ମାତ୍ର ୨୬୨ ରନ ସଂଗ୍ରହ କରି ପାରିଥିଲା । ତେବେ ଶିଖର ସେନା ଏହି ଲକ୍ଷ୍ୟକୁ ଅତି ସହଜରେ ମାତ୍ର ୩୬.୪ ଓଭରରେ ହାସଲ କରି ନେଇଛି ।
ଭାରତ ପକ୍ଷରୁ ଅଧିନାୟକ ଶିଖର ଧୱନ ଏବଂ ଯୁବ ପୃଥ୍ୱୀ ଶ’ ଭାରତ ପାଇଁ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ଦମଦାର ବ୍ୟାଟିଂ ବଳରେ ଦଳ ପ୍ରଥମ ମ୍ୟାଚରେ କବଜା କରି ପାରିଥିଲା । ଅଧିନାୟକ ଶିଖର ଧୱନ ୯୫ ବଲରେ ୮୬ ରନର ଏକ ମ୍ୟାଚ ୱିନିଙ୍ଗ ପାରି ଖେଳିଥିଲେ । ତାଙ୍କର ଏହି ପାରିରେ ୬ଟି ଚୌକା ସହ ଗୋଟିଏ ଛକା ସାମିଲ ଥିଲା । ଅନ୍ୟ ପକ୍ଷରେ ପୃଥ୍ୱୀ ଶ’ ମଧ୍ୟ ଧୱନଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ମାତ୍ର ୫.୩ ଓଭରରେ ୫୮ ଦନ ଯୋଡିଥିଲେ । ୨୪ଟି ବଲରେ ୯ଟି ଚୌକା ସହ ୪୩ ରନର ଏକ ଦୃତ ପାଲି ଖେଳିଥିଲେ ପୃଥ୍ୱୀ ଶ’ । ଏହା ପରେ ଦେଖିବାକୁ ମିଳିଥିଲା ଏହି ମ୍ୟାଚରେ ଡେବ୍ୟୁ କରିତିବା ଇଶାନ କିଶାନଙ୍କ ଜଲୱା । ମାତ୍ର ୪୨ ବଲରେ ୫୯ ରନ କରି ନିଜର ପ୍ରଥମ ମ୍ୟାଚରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ ଇଶାନ । ଧୱନଙ୍କ ସହ ମିଶି ୭୪ ବଲରେ ୮୫ ରନର ଏକ ଭାଗିଦାରୀ ସେ ବନେଇଥିଲେ । ଏହାପରେ ମନୀଷ ପାଣ୍ଡେଙ୍କ ୨୬ ଏବଂ ଅନ୍ୟତମ ଡେବ୍ୟୁଟାଣ୍ଟ ସୂର୍ଯ୍ୟକୁମାର ଯାଦବଙ୍କ ୩୧ ରନର ପାରି ସହାଯ୍ୟରେ ଭାରତ ଏହି ମ୍ୟାଚକୁ ହାତେଇ ନେଇଥଲା । ଶେଷରେ ପୃଥ୍ୱୀ ଶ’ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା ।


ତେବେ ଅନ୍ୟ ପକ୍ଷରେ ଶ୍ରୀଲଙ୍କା ଦଳ ବରିଷ୍ଠ ଖେଳାଳୀମାନଙ୍କୁ ହରାଇବା ସହ ଆତ୍ମ ବିଶ୍ୱାସ ହରାଇଥିବା ଭଳି ଜଣା ପଡୁଥିଲା । ଅଭିଷ୍କା ଫର୍ଣ୍ଣାଣ୍ଡୋ ଏବଂ ମିନୋଦ ଭାନୁକା ଦଳକୁ ଏକ ଭଲ ଷ୍ଟାର୍ଟ ଦେଇଥିଲେ ବି ଦଳ ଏହାକୁ ବଜାୟ ରକିବାରେ ବିଫଳ ହୋଇଥିଲା । ଯାହା ଫଳରେ ଭାରତର ବୋଲିଭ୍ଗ ଆଟାକ ସାମନାରେ ହାର ମାନିଥିଲା ଶ୍ରୀଲଙ୍କା ଦଳ । ଭାରତୀୟ ବୋଲରମାନଙ୍କ ସାମନାରେ ବିପକ୍ଷ ଦଳର କୌଣସି ବ୍ୟାଟ୍ସମ୍ୟାନ ବେଶୀ ସମୟ ତିଷ୍ଠି ପାରି ନଥିଲେ । ଭାରତ ପକ୍ଷରୁ ଦୀପକ ଚହର,କୁଳଦୀପ ଏବଂ ଚହଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିପରି ପାଣ୍ଡ୍ୟା ବ୍ରଦର୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିପାରିଥିଲେ । ତେବେ ୯ ଓଭରରେ ୬୩ ଦନ ଦେଇ କୌଣସି ୱିକେଟ ହାସଲ କରି ନ ପାରିବାରୁ ନିରାଶ କରିଥିଲେ ଉପଅଧିନାୟକ ଭୁବନେଶ୍ୱର କୁମାର ।

Related posts

ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚଟି ଟି୨୦ ଏବଂ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

 ଆଫଗାନିସ୍ତାନ କ୍ରିକେଟର ନଜିବୁଲ୍ଲାଙ୍କ ମୃତ୍ୟୁ

Odisha Sports Bureau

ଧୋନୀଙ୍କୁ ନେଇ ବଡ ଖୁଲାସା କଲେ ପତ୍ନୀ ସାକ୍ଷୀ ଟ୍ଟ..

Odisha Sports Bureau