More Sports

ଖୋ ଖୋ ପାଇଁ ଓଡିଶା ସରକାରଙ୍କ ଆଶା

ଭୁବନେଶ୍ୱର (ଓଡିଶା ସ୍ପୋର୍ଟର୍ସ) : ଖୋ ଖୋ ହେଉଛି ଭାରତର ଏକ ପୂରାତନ ଖେଳ । ଏହି ଖେଳ ଦେଶ ବିଦେଶରେ ଲୋକପ୍ରିୟତା ହାସଲ କରିପାରିଛି । ଜାତୀୟ ଚମ୍ପିୟାନସିପରେ ଫାଇନାଲରେ ହାରିଯାଇଥିଲେ ମହିଳା ଟିମ୍ । ସେହିଭଳି ଜାତିୟ ଚମ୍ପିୟାନସିପରୁ ମହାରାଷ୍ଟ୍ର ତଳେ ଥିଲେ ଓଡିଶା ପୁରୁଷ ଦଳ । ଖେଲୋ ଇଣ୍ଡିଆ ୟୁଥ ଗେମରେ ଓଡିଶା ମହିଳା ଦଳ ଦୁଇଟି ବ୍ରୋଞ୍ଜ ମେଡାଲ ମଧ୍ୟ ଜିତି ପାରିଛି । ଓଡିଶାର ଖେଳାଳି ନିଜର ଦକ୍ଷତାକୁ ସଠିକ ଓ ଦୃଢ ଭାବେ ପ୍ରତିପାଦନ କରି ପାରୁଥିବାରୁ ଖୋ ଖୋ ପାଇଁ ଏକ ଆଶା ଉଜ୍ଜୀବିତ ହୋଇପାରିଛି । ଏଥିପାଇଁ ଓଡିଶା ସରକାର , ଯୁବ କ୍ରୀଡା ବିଭାଗ ଓ ଓଡିଶା ଖୋ ଖୋ ଆସୋସିଏସନ ସହିତ ମିଶି ୧୮ ବର୍ଷରୁ କମ୍ ବୟସର ଖୋ ଖୋ ଖେଳ ପାଇଁ ଆଗ୍ରହୀ ଖେଳାଳୀ ମାନଙ୍କ ପାଇଁ ଟ୍ରେନିଂ କ୍ୟାମ୍ପ କରାଯାଇଛି । ଏହି ଟ୍ରେନିଂ ପ୍ରକ୍ରିୟାରେ ୩୩ ଜଣ କୋଚ ସହିତ ୧୬ ଟି ଜିଲ୍ଲାରେ ଟ୍ରେନିଂ ଆରମ୍ଭ ହୋଇ ଯାଇ ଅଛି । ଖେଳାଳି ମାନଙ୍କର ଫିଟନେସ ଟେଷ୍ଟ କୁ ସେନା ବିଭାଗର ଜଣେ ବରିଷ୍ଠ ଅଧିକାରୀ ତଦାରଖ କରିଥିଲେ ।

Related posts

ଏସୀୟ କ୍ରୀଡ଼ା ଟ୍ରାଏଲ୍ସ; ଭାଗନେବେ ବିଭିନ୍ନ ରାଜ୍ୟର କୁସ୍ତିଯୋଦ୍ଧା

ଅଷ୍ଟ୍ରେଲିଆ ଓପନ ଉପରେ ପଡୁଛି ଧୁଆଁର ପ୍ରଭାବ

Odisha Sports Bureau

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

Odisha Sports Bureau

Leave a Comment