More Sports

ତାଲିବାନ ଭୟରେ ପ୍ରାଣ ହରାଇଲେ ଆଫଗାନ ଖେଳାଳୀ

କାବୁଲ: ଏବେ ଆଫଗାନିସ୍ତାନରେ ତାଲିବାନର ହେଉଥିବା ଅତ୍ୟାଚାର ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତିଦିନ ତାଲିବାନ କବଳରୁ ମୁକ୍ତି ପାଇବା ପାଇଁ ଆଫଗାନବାସୀ ମୃତ୍ୟୁ ସହ ଲଢେଇ କରୁଥିବାର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିମାନ ଉଡୁଥିବା ବେଳେ ସେଥିରୁ ୩ ଜଣ ଯାତ୍ରୀ ଖସି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବେ ପୁଣି ଏହି ବିମାନରେ ଆଉ ଏକ ଘଟଣା ଘଟିଛି ଯାହା ସାରା ବିଶ୍ୱ ପାଇଁ ଅଦ୍ଭୁତ ।
ଜୀବନ ବଞ୍ଚାଇବା ପାଇଁ ୟୁଏସର ଏହି ବିମାନର ଯେକøଣସି ଅଂଶରେ ବସି ପଳାଇବାକୁ ଉଦ୍ୟମ କରୁଛନ୍ତି ଆଫଗାନବାସୀ । ଏଥିମଧ୍ୟରେ ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶି ଯିବାକୁ ଚେଷ୍ଟା କରୁଥଲେ । ତେବେ ଏମାନଙ୍କ ମଧ୍ୟରେ ଆଫଗାନର ଜଣେ ଫୁଟବଲ ଖେଳାଳୀ ମଧ୍ୟ ସାମିଲ ଥିଲେ । ଗିୟର ଭିତରେ ପଶି ଜୀବନ ବଞ୍ଚାଇବା ଫେରାର ହୋଇଯିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କର ଖଣ୍ଡ ବିଖଣ୍ଡିତ ଶରୀର ରନୱେରେ ପଡିଥିଲା । ଏହି ଘଟଣାରେ ପ୍ରାଣ ହରାଇଥିବା ଖେଳାଳୀ ହେଉଛନ୍ତି ଜ୍ୟାକି ଆନଭାରି । ନିଜ ଜୀବନ ବଞ୍ଚାଇ ଦେଶ ଛାଡି ପଳାଇଯିବାକୁ ବିମାନର ଲ୍ୟାଣ୍ଡିଂ ଗିୟର ଭିତରେ ପଶି ଯାଇଥିଲେ ଜ୍ୟାକି । ତେବେ ବିମାନ ଲ୍ୟାଣ୍ଡିଂ ବେଳେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଖସି ପଡିଥିଲା । ଏହାକୁ ଚିହ୍ନଟ କରାଯିବା ପରେ ଏହା ଆଫଗାନ ଫୁଟବଲର ଜ୍ୟାକି ଆନଭାରିଙ୍କର ବୋଲି ଜଣାପଡିଥିଲା ।

Related posts

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau

ଜୁଲାଇ ୧୭ରୁ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବର

Odisha Sports Bureau