More Sports

ଭାରତକୁ ଆଉ ଜଣେ ସୁନାପୁଅ

ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ ଭାରତ ହାସଲ କରିଛି । ଏହା ସହିତ ଭାରତକୁ ମିଳିଛନ୍ତି ଆଉ ଜଣେ ସୁନା ପୁଅ । ନିଜ ରେକର୍ଡକୁ ତିନି ଥର ଭାଙ୍ଗିବା ପରେ ଷଷ୍ଠ ଦିନରେ ଦେଶ ପାଇଁ ପଦକ ଆଣିଛନ୍ତି ଭାରତର ସୁମିତ ଆନ୍ତିଲ । ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ’ ଏଫ-୬୪ ବର୍ଗରେ ଐତିହାସିକ ସଫଳତା ହାସଲ କରିଛନ୍ତି ସୁମିତ । ୬୮.୦୮ ମିଟର ଲମ୍ବ ଅତିକ୍ରମ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ଉପରେ ସୁନୀଲ ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି । ଭାରତ ସପ୍ତମ ପଦକ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛି ।

ଇଭେଣ୍ଟର ଫାଇନାଲରୁ ହିଁ ଚମତ୍କାର ପ୍ରଦର୍ଶନ କରିଥିଲେ ସୁମିତ । ପ୍ରଥମ ପ୍ରୟାସରେ ୬୬.୯୫ଯାହା ତାଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ହରାଇବା ପାଇଁ ଯଥେଷ୍ଟ ଥିଲା । ତେବେ ଦ୍ୱିତୀୟ ପ୍ରୟାସରେ ୬୮.୦ ମିଟର ଥ୍ରୋ କରିଥିବା ବେଳେ ତୃତୀୟ ପ୍ରୟାସରେ ଏହା ସାମାନ୍ୟ ଖସିଥିଲା । ତୃତୀୟ ପ୍ରୟାସରେ ସୁମିତ ମାତ୍ର ୬୫.୨୭ ମିଟର ଥ୍ରୋ କରିପାରିଥିଲେ । ତେବେ ଚତୁର୍ଥ ପ୍ରୟାସରେ ପୁଣି ତାଙ୍କ ଦୂରତାରେ ବୃଦ୍ଧି ପାଇଥିଲା । ଚତୁର୍ଥ ପ୍ରୟାସରେ ୬୬.୭୧ ଏବଂ ପଞ୍ଚମ ପ୍ରୟାସରେ ସର୍ବାଧିକ ୬୮.୫୫ ମିଟର ଲମ୍ବ ଥ୍ରୋ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ପ୍ରତିଦ୍ୱନ୍ଦୀ ଅଷ୍ଟ୍ରେଲିଆର ମାଇକେଲ ବୁରିଆନ ୬୬.୨୯ ମିଟର ଥ୍ରୋ କରି ରୌପ୍ୟ ଏବଂ ଶ୍ରୀଲଙ୍କାର ଦୁଲାନ କୋଡିଥୁୱା ବ୍ରୋଞ୍ଜ ପଦକ ହାସଲ କରିପାରିଛନ୍ତି । ତେବେ ଭାରତର ଅନ୍ୟତମ ଖେଳାଳୀ ସନ୍ଦୀପ ଚୌଧୁରୀ କୌଣସି ପଦକରୁ ବଞ୍ଚିତ ହୋଇଛନ୍ତି ।
ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି। ସୋମବାର ଅବନୀ ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ପାରାଲିମ୍ପିକ୍ସରେ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Related posts

ସ୍ୱର୍ଣ୍ଣ ପଦକ ଧରି ଭାରତ ମାଟିରେ ପାଦ ଦେଲେ ଦୂତୀ

Odisha Sports Bureau

ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Odisha Sports Bureau

IOA ନିର୍ବାଚନ: ପିଟି ଉଷା ଆନୁଷ୍ଠାନିକ ଭାବରେ ପ୍ରଥମ ମହିଳା ସଭାପତି ଭାବରେ ହେବେ ନିର୍ବାଚିତ 

Odisha Sports Bureau