More Sports

ଭାରତର ଗୌରବ ଅବନୀ

ଜାପାନ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତର ଦବଦବା ଲାଗି ରହିଛି । ଏ ପର୍ଯ୍ୟନ୍ତ ମୋଟ ୧୨ଟି ପଦକ ହାସଲ କରିସାରିଛି ଭାରତ । ସେଥିମଧ୍ୟରୁ ଭାରତର ଶୁଟର ଅବନୀ ଲେଖାରା ହାସଲ କରିଛନ୍ତି ଦୁଇଟି ପଦକ । ମହିଳା ଆର୍-୨ ୧୦ ମିଟର ଏୟାର ରାଇଫଲ କ୍ଲାସ ଏସଏଚ-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଅବନୀ । ଏବେ ପୁଣି ମହିଳା ୫୦ ମିଟର ରାଇଫଲ ଏସଏଚ-୧ରେ ବ୍ରେଞ୍ଜ ପଦକ ହାସଲ କରି ଗୌରବ ଆଣିଛନ୍ତି । ଏହି ପଦକ ସହିତ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଭାରତର ପ୍ରଥମ ଆଥଲେଟ ଭାବେ ପାରା ଅଲିମ୍ପିକ୍ସର ଗୋଟିଏ ସିଜନରେ ଅବନୀ ଦୁଇଟି ପଦକ ହାସଲ କରିଛନ୍ତି ।

Related posts

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau

ବ୍ରୋଞ୍ଜ ପଦକ ହାସଲ କଲେ ବନିତା ଲାକ୍ରା

Odisha Sports Bureau

ସ୍କ୍ୱାସ୍ ଚମ୍ପିଆନଶିପରେ ଭାରତୀୟ ଟିମର ପ୍ରତିିନିଧିତ୍ୱ କରିବେ ଘୋଶାଲ ଏବଂ ଜୋସ୍ନା

Odisha Sports Bureau