Cricket

ଓଭାଲରେ ବିରାଟ ରେକର୍ଡ

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ପ୍ରଥମ ଇନିଂସରେ ଭାରତର ଦୁଇ ଜଣ ଖେଳାଳୀ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ଶାର୍ଦ୍ଦୁଳ ଠାକୁର ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଅଧିକାୟକ ବିରାଟ ମଧ୍ୟ ଏକ ରେକର୍ଡର ଭାଗିଦାରୀ ହୋଇଛନ୍ତି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରି ଅନ୍ତର୍ଜାତୀୟ କ୍ରିକେଟରେ ସେ ବ୍ୟକ୍ତିଗତ ୨୩ ହଜାର ରନ ପୂରଣ କରିଛନ୍ତି ଏମିତି କରିବାରେ କୋହଲୀ ହୋଇଛନ୍ତି ଦ୍ରୁତତମ ଖେଳାଳୀ । ଏହାସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇଛନ୍ତି । ପାଳିର ପ୍ରଥମ ରନରେ ହିଁ ସେ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ।


୪୪୦ ମ୍ୟାଚର ୪୯୦ ଇନିଂସରୁ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏଥି ମଧ୍ୟରେ ୭୦ ଶତକ ସହ ୧୧୬ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ କ୍ରିକେଟର ଭଗବାନ ସଚିନ ଏହାକୁ ହାସଲ କରିବା ପାଇଁ ୫୨୨ ଇନିଂସ ଖେଳିଥିଲେ । ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବିରାଟଙ୍କ ୨୩ ହଜାର ରନ ପୂରଣ କରିବା ପାଇଁ ୧୨୫ ରନ ଆବଶ୍ୟକ ଥିବା ବେଳେ ବିରାଟ ଏହାକୁ ଚତୁର୍ଥ ମ୍ୟାଚରେ ପୂରଣ କରିଛନ୍ତି । ତେବେ ୨୩ ହଜାର ରନ କ୍ଲବ୍ରେ ସାମିଲ ହୋଇଥିବା ବିରାଟ କୋହଲିଙ୍କ ରେକର୍ଡ ସହ ବିଶ୍ବର ଅନ୍ୟ କିଛି ମହାନ ଖେଳାଳିଙ୍କ ରେକର୍ଡ ତୁଳନା କଲେ ସଚିନ ତେନ୍ଦୁଲକର ୫୨୨ ଇନିଂସ, ରିକି ପଣ୍ଟିଂ ୫୪୪, ଜ୍ୟାକ୍ କାଲିସ ୫୫୧, ରାହୁଲ ଦ୍ରାବିଡ ୫୭୬, ମାହେଲ ଜୟବର୍ଦ୍ଧନେ ୬୪୫ ଇନିଂସରୁ ୨୩ ହଜାର ରନ କରିଥିଲେ ।

Related posts

ଆଇପିଏଲ୍ ଫାଇନାଲ ସନ୍ଧ୍ୟାକୁ ରଙ୍ଗୀନ କରିବେ ରାପର୍ସ ଡିଭାଇନ୍ ଏବଂ ଜୋନିତା ଗାନ୍ଧୀ, କିଙ୍ଗ ଏବଂ ଡିଜେ ନ୍ୟୁକ୍ଲିୟାଙ୍କ ସ୍ୱରରେ ନାଚିବେ ପ୍ରଶଂସକ

ଦିଲ୍ଲୀ ବିସ୍ଫୋରଣ ପରେ କୋଲକାତାରେ ହାଇଆଲର୍ଟ

Odisha Sports Bureau

ଟି -୨୦ କୁ ବାତ୍ୟା ଭୟ

Odisha Sports Bureau