Cricket

ମ୍ୟାନ ଅଫ ଦ ମ୍ୟାଚ ପାଇବା ପରେ କ’ଣ କହିଲେ ହିଟମ୍ୟାନ

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୧୫୭ ରନରେ ବିଜୟ ହାସଲ କରିଛି । ଏବଂ ଏହି ମ୍ୟାଚର ହିରୋ ସାଜିଥିଲେ ଶତକ ହାସଲକାରୀ ରୋହିତ ଶର୍ମା । ପ୍ରଥମ ଇନିଂସରେ ୯୯ ରନ ପଛରେ ରହିଥିଲେ ମଧ୍ୟ କମବ୍ୟାକ କରିଥିଲା ଭାରତ । ତେବେ କେବଳ ଭାରତ ନୁହେଁ ଏହି ମ୍ୟାଚରେ ଭାରତର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ମଧ୍ୟ କମବ୍ୟାକ କରିଛନ୍ତି । ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଥିଲେ ଠାକୁର । ଏହି ସୁଯୋଗକୁ ସେ ଦୁଇ ହସ୍ତରେ ସ୍ୱୀକାର କରି ନିଜକୁ ପ୍ରମାଣିତ କରିଛନ୍ତି । ବୋଲର ଭାବେ ତାଙ୍କୁ ଦଳରେ ନିଆଯାଇଥିଲା ସତ, କିନ୍ତୁ ସେ ନିଜକୁ ଅଲରାଉଣ୍ଡର ଭାବେ ପ୍ରମାଣ କରିଛନ୍ତି । ଉଭୟ ବ୍ୟାଟ ଏବଂ ବଲରେ ସେ କମାଲ କରିଥିଲେ । ଉଭୟ ଇନିଂସରେ ଅର୍ଦ୍ଧଶତକ ସହିତ ସେ ମୋଟ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ତେବେ ଏହି ମ୍ୟାଚର ଶ୍ରେଷ୍ଠ ଖେଳାଳୀଭାବେ ରୋହିତଙ୍କୁ ବିବେଚନା କରାଯିବା ପରେ ଫ୍ୟାନ୍ସମାନଙ୍କ ମନରେ ନିରାଶ ଦେଖା ଦେଇଛି । କେବଳ ଫ୍ୟାନ୍ସ ନୁହେଁ, ନିଜେ ରୋହିତ ଶର୍ମା ମଧ୍ୟ ଏହି ନିଷ୍ପତ୍ତିରେ ଖୁସି ନଥିବା ପ୍ରକାଶ କରିଛନ୍ତି । ଏହି ମ୍ୟାଚର ପ୍ରକୃତ ହିରୋ ଏବଂ ପ୍ରକୃତ ମ୍ୟାନ ଅଫ ଦ ମ୍ୟାଚ ଶାର୍ଦ୍ଦୁଳ ବୋଲି ରୋହିତ ପ୍ରକାଶ କରିଥିଲେ । ସେ ହିଁ ଏହି ମ୍ୟାଚର ପ୍ରକୃତ ଦାବିଦାର ବୋଲି ହିଟମ୍ୟାନ କହିଥିଲେ ।


ରୋହିତ୍ କହିଛନ୍ତି, ମୋତେ ଲାଗୁଛି ଶାର୍ଦ୍ଦୁଲ ଯେଉଁଭଳି ଖେଳିଲେ, ତାହା ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଥିଲା। ସତ କହିବାକୁ ଗଲେ ଏହି ପ୍ରଦର୍ଶନ ପାଇଁ ଶାର୍ଦ୍ଦୁଲ ହିଁ ମ୍ୟାନ୍ ଅଫ୍ ଦି ମ୍ୟାଚର ପ୍ରବଳ ଦାବିଦାର ଥିଲେ। ଇଂଲଣ୍ଡ ଟିମ୍ ଯେତେବେଳେ ବିନା ୱିକେଟରେ ୧୦୦ ରନରେ ଥିବା ଶାର୍ଦ୍ଦୁଲ ହିଁ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାଛଡ଼ା ଶାର୍ଦ୍ଦୁଲ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟଙ୍କ ଭଳି ବଡ଼ ୱିକେଟ୍ ମଧ୍ୟ ନେଇ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଆମେ ତାଙ୍କ ବ୍ୟାଟିଂକୁ କେମିତି ଭୁଲିପାରିବା। ପ୍ରଥମ ଇନିଂସରେ ୩୧ ବଲରେ ୫୦ ରନ୍ କରିବା ଏବଂ ଏହି ୫୦ ରନ୍ ଭାରତକୁ ୧୯୧ ରନରେ ପହଞ୍ଚାଇଥିଲା। ସେ ନିଜ ବ୍ୟାଟିଂକୁ ବହୁତ ଭଲ ପାଆନ୍ତି ଏବଂ ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି। ବିସିସିଆଇ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ରୋହିତ ଏପରି ମନ୍ତବ୍ୟ ଦେଇ ସମସ୍ତଭ୍କ ମନ ଜିତି ନେଇଛନ୍ତି ।

Related posts

ଲର୍ଡସ୍‌ରେ ଐତିହାସିକ ଶତକ ପରେ ପୁଣି ଚର୍ଚ୍ଚାରେ ରୋହିତ

ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀ

Odisha Sports Bureau

ଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗ

Odisha Sports Bureau