Cricket

ପୁଣି ନମ୍ବର ୱାନ ଇଣ୍ଡିଆ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ଚମ୍ପିୟାନସିପର ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ଭାରତ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟ ଜିତିବା ପରେ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଫେରିଛି ଭାରତୀୟ ଦଳ । ୧୫୭ ରନରେ ଇଂଲଣ୍ଡକୁ ପରାଜୟ କରିବା ପରେ ଏକାଥରକେ ୨୬ ପଏଣ୍ଟ ହାସଲ କରି ଭାରତ ୫୪.୧୭ ପଏଣ୍ଟ ପ୍ରତିଶତରେ ପହଞ୍ଚିଛି । ଫଳରେ ପୁଣି ଥରେ ଭାରତ ଏକ ନମ୍ବର ସ୍ଥାନକୁ କବଜା କରିବାରେ ସକ୍ଷମ ହୋଇ ପାରିଛି । ତୃତୀୟ ଟେଷ୍ଟ ହାରିବା ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲା ଦଳ, କିନ୍ତୁ ଚତୁର୍ଥ ମ୍ୟାଚରେ ପୁଣିଥରେ କମବ୍ୟାକ କରିଛି । ତେବେ ଭାରତର ଏହି ସଫଳତା ପରେ କ୍ଷତିରେ ପଡିଛି ପାକିସ୍ତାନୀ ଦଳ । ପାକିସ୍ତାନ ପାଖରେ ଏବେ ୧୨ ପଏଣ୍ଟ ରହିଥିବା ବେଳେ ଦଳ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଏହାପରେ ୱେଷ୍ଟ ଇଣ୍ଡିଜ ୧୨ ପଏଣ୍ଟ ଏବଂ ୫୦ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ଏବଂ ଇଂଲଣ୍ଡ ୧୪ ପଏଣ୍ଟ, ୨୯.୧୭ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଛି ।

ICC World Test Championship (2021-2023)

Related posts

ଦକ୍ଷିଣ ଆଫ୍ରିକାର ଦମଦାର ପ୍ରଦର୍ଶନ

Odisha Sports Bureau

ଧୂଳିସାତ୍ ହେଲା ଅଷ୍ଟ୍ରେଲିଆ ସ୍ଵପ୍ନ, ୧୭ ବର୍ଷ ପରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦା

Odisha Sports Bureau

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau