Cricket

ଶିଖର-ଆୟେଶାଙ୍କ ବିବାହ ଉଚ୍ଛେଦ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ତଥା ବାମ ହାତୀ ବ୍ୟାଟ୍ସମ୍ୟାନ ଶିଖର ଧୱନ ଏବଂ ତାଙ୍କ ପତ୍ନୀ ଆୟେଶାଭ୍କ ମଧ୍ୟରେ ଘଟିଛି ବିବାହ ବିଚ୍ଛେଦ । ଏ ଘଟଣା ସମ୍ପର୍କରେ ଆୟେଶା ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଇମୋସନାଲ ପୋଷ୍ଟ କରି ସୂଚନା ଦେଇଛନ୍ତି । ୨୦୧୨ ମସିହାରେ ଶିଖର ଏବଂ ଆୟେଶାଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହର ୯ ବର୍ଷ ପରେ ଉଭୟ ଦମ୍ପତ୍ତିଭ୍କର ଏହି ନିଷ୍ପତ୍ତି ଧୱନଙ୍କ ପ୍ରଶଂସକମାନଙ୍କୁ ଚକିତ କରିଛି । ତେବେ ଧୱନଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଆୟେଶାଙ୍କର ଏହା ଦ୍ୱିତୀୟ ବିବାହ ଉଚ୍ଛେଦ । ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀଙ୍କ ସହିତ ବିବାହ ପରେ ତାଭ୍କର ବିଚ୍ଛେଦ ହୋଇ ସାରିଥିଲା । ତାଙ୍କ ପୂର୍ବ ବିବାହ ସମ୍ପର୍କରେ ତାଙ୍କର ଦୁଇଟି କନ୍ୟା ସନ୍ତାନ ହୋଇଥିଲା । ଫେସବୁକରୁ ଫ୍ରେଣ୍ଡସିପ, ଚାଟିଂ ଏବଂ ପରେ ଏହା ପ୍ରେମର ରୂପ ନେଇ ବିବାହରେ ପରିଣତ ହୋଇଥିଲା । କିନ୍ତୁ ଆଜି ଏହି ପ୍ରେମ କାହାଣୀ ଏବଂ ବିବାହର ଉଚ୍ଛେଦ ଘଟିଛି ।

Related posts

ଭାରତ ରତ୍ନଙ୍କୁ ଜନ୍ନଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

Odisha Sports Bureau

ମାଲଦ୍ୱୀପ ବଦଳରେ ପ୍ରଥମେ ଭାରତର ପର୍ୟ୍ୟଟନ ସ୍ଥାନ ପରିଦର୍ଶନ କରନ୍ତୁ; ଧୋନି

Odisha Sports Bureau

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ

Odisha Sports Bureau