Cricket

ଇଂଲଣ୍ଡରେ ଭାରତ ଖେଳିବ ଲିମିଟେଡ ଓଭର କ୍ରିକେଟ

ଲଣ୍ଡନ: ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ । ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି ଭାରତ । ତେବେ ଏହାସହ ଦଳ ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବ । ତେବେ ଏହି ସିରିଜ ଆସନ୍ତା ବର୍ଷ ଜୁଲାଇ ମାସରେ ଖେଳାଯିବ । ଜୁଲାଇ ୧ ରୁ ୩ଟି ଲେଖାଏଁ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ବୋଲି ସୂଚନା ଦେଇଛି ଇଂଲଣ୍ଡ ଆଣ୍ଡ ୱେଲ୍ସ ବୋର୍ଡ(ଇସିବି) ।
ଇସିବି ଅନୁସାରେ, ପ୍ରଥମ ଟି-ଟ୍ୱେଣ୍ଟି ମାଞ୍ଚେଷ୍ଟରରେ, ଦ୍ୱିତୀୟ ମ୍ୟାଚ ନଟିଂହାମରେ ଏବଂ ଶେଷ ଟ-ଟ୍ୱେଣ୍ଟି ମ୍ୟାଚ ସାଉଥାମ୍ପଟନରେ ଖେଳାଯିବାର ସୂଚୀ ରହିଛି । ତେବେ ଏହି ସମସ୍ତ ମ୍ୟାଚ ଯଥାକ୍ରମେ ଜୁଲାଇ ୧,୩ ଏବଂ ଜୁଲାଇରେ ୬ ରେ ଖେଳାଯିବ । ଏହାପରେ ଆରମ୍ଭ ହେବ ତିନୋଟି ଦିନିକିଆ ମ୍ୟାଚ । ପ୍ରଥମ ମ୍ୟାଚ ଜୁଲାଇ ୯ରେ ବର୍ମିଂହାମ, ଦ୍ୱିତୀୟ ମ୍ୟାଚ ଜୁଲାଇ ୧୨ ରେ ଓଭାଲ ଏବଂ ତୃତୀୟ ଦିନିକିଆ ଜୁଲାଇ ୧୪ ତାରିଖରେ ଲର୍ଡ୍ସରେ ଖେଳାଯିବ । ଏହା କ୍ରିକେଟର ଦମଦାର ସିଜନ ହେବ ବୋଲି କହିଛନ୍ତି ଇସିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟମ ହାରିସନ ।
ତେବେ ଭାରତ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି । ଏହି ସିରିଜ ପରେ ୨୦୨୧ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଖେଳିବ । ପରେ ଆଇସିସିର ଟ-ଟ୍ୱେଣ୍ଟି ବିଶ୍ୱକପ ଖେଳିବ ଭାରତ ।

Related posts

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍ ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ

Odisha Sports Bureau

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ