Hockey

ଶେଖର ଗୁପ୍ତାଙ୍କୁ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଖୁବ ଶୀଘ୍ର ଆରମ୍ଭ ହେବ ଜୁନିୟର ହକି ବିଶ୍ୱକପ । ନଭେମ୍ବରରେ ୨୪ରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ । ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ଜର୍ସିକୁ ଭାରତର ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ପ୍ରଦାନ କରିଛନ୍ତି । ଏକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ଶେଖର ଗୁପ୍ତା ।
ଏହି ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ । ମୁଖ୍ୟମନ୍ତ୍ରୀ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ସ୍ୱାଗତ କରିବା ସହ ଜୁନିୟର ଓଡ଼ିଶା ବିଶ୍ୱକପ ହକିର ଏକ ଜର୍ସି ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗିଫ୍ଟକୁ ନେଇ ଖୁସି ପ୍ରକଟ କରିଛନ୍ତି ଶେଖର ଗୁପ୍ତା । ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ଓଡ଼ିଶା ପୁରୁଷ ବିଶ୍ୱକପ ହକି ଆୟୋଜିତ କରିବା ପରେ ପୁନର୍ବାର ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜିତ କରିବାକୁ ଯାଉଛି । ଯେଉଁ ସମୟରେ ହକି ଅଥୋରିଟି ଓଡ଼ିଶାକୁ ଏହି ଦାୟିତ୍ୱ ଦେଇଥିଲେ, ସେହି ସମୟରେ ଓଡ଼ିଶା ପ୍ରସ୍ତୁତ ନଥିଲା । କିନ୍ତୁ ଖୁବ ସ୍ୱଳ୍ପ ସମୟରେ ଭବ୍ୟ ପ୍ରସ୍ତୁତି କରିଥିଲା । ତେବେ ନଭେମ୍ବର ୨୪ରେ ପୁଣି ଥରେ ଓଡ଼ିଶା ହକି ବିଶ୍ୱକପର ଆୟୋଜନ କରିବାକୁ ଯାଇଛି । ଓଡ଼ିଶା ମଧ୍ୟ ହକି ଇଣ୍ଡିଆର ପ୍ରାୟୋଜକ ରହିଥିବା କହିଛନ୍ତି ଶେଖର ଗୁପ୍ତା ।

Related posts

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

Odisha Sports Bureau

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau

ଖେଳ ରତ୍ନା ପୁରସ୍କାର ଦୌଡରେ ମହିଳା ହକି କ୍ୟାପଟେନ ରାନୀ, ଭାଣ୍ଡାନା, ମୋନିକା ଏବଂ ହରମାନ