Hockey

ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନ

ସମ୍ବଲପୁର: ସମ୍ବଲପୁର ଅନ୍ତଃ ମହାବିଦ୍ୟାଳୟର ପୁରୁଷ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପାନିପୋଷ ସ୍ପୋର୍ଟସ ହଷ୍ଟେଲଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୧୨ଟି କଲେଜ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ହମିରପୁରର କଲ୍ୟାଣୀରାୟପୁର କଲେଜ ଏବଂ ରାଉରକେଲାର ମୁନିସପାଲ କଲେଜ ମୁହାଁମୁହିଁ ହୋଇଥିଲେ । ଏହି ରୋମାଞ୍ଚକର ମ୍ୟାଚରେ ମୁନିସପାଲ କଲେଜ ୨-୦ ଗୋଲରେ କଲ୍ୟାଣୀରାୟପୂରକୁ ପରାସ୍ତ କରି ଚମ୍ପିଆନର ଆଖ୍ୟା ପାଇଛି । ମୁନିସପାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପ୍ରସାଦ କୁମାର ପାତ୍ର ଉଭୟ ବିଜେତା ଏବଂ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହାପରେ ବିଜୟ ଟ୍ରଫିକୁ ଖେଳାଳୀମାନେ ଅଧ୍ୟକ୍ଷ ପ୍ରଫେସର ପରେଶ ଚନ୍ଦ୍ର ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ । ଏହି କୃତିତ୍ୱ ପାଇଁ ସମସ୍ତ ଖେଳାଳି ତଥା କ୍ରୀଡା ଶିକ୍ଷକ ଦଳର ଅଧିନାୟକ ସତ୍ୟନାରାୟଣ ରାଉତଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

Related posts

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

Odisha Sports Bureau