Cricket

ଭାରତ-ନ୍ୟୁଜିଲାଣ୍ଡର ପ୍ରଥମ ଦିନ ଖେଳ ଶେଷ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ ଶେଷ ସୁଦ୍ଧା ଭାରତ ୪ ୱିକେଟ ବିନିମୟରେ ୨୫୮ ରନରେ ପହଞ୍ଚିଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଜିଙ୍କ୍ୟ ଆର୍ମି । ତେବେ ଦଳର ଓପନର ମୟଙ୍କ ଅଗ୍ରୱାଲ ନିରାଶ କରି ପାଭିଲିୟନ ଫେରିଛନ୍ତି । ମାତ୍ର ୧୩ ରନ କରି କାଏଲ ଜ୍ୟାମିସନଙ୍କ ଶିକାର ହୋଇଥିଲେ । ତେବେ ଚେତେଶ୍ୱର ପୂଜାରାଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ ଶୁଭମାନ ଗିଲ । ଏହାପରେ ଭଲ ଆରମ୍ଭ ପରେ ମଧ୍ୟ ୨୬ ରନ କରି ଆଉଟ ହୋଇଥିଲେ ପୂଜାରା । କିନ୍ତୁ ଧୈର୍ଯ୍ୟର ସହ ବ୍ୟାଟିଂ କରି ୯୩ ବଲରୁ ୫ ଚୌକା ଏବଂ ଗୋଟିଏ ଛକା ବଳରେ ୫୨ ରନକରି ଆଉଟ ହୋଇଛନ୍ତି ହାସଲ କରିଥିଲେ । ସେହିଭଳି ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ମାତ୍ର ୩୫ ରନ କରି ଫେଲ ମାରିଥିଲେ । ଶ୍ରେୟସ୍ ଆୟର ୧୩୬ ବଲ ଖେଳି ୭ ଚୌକା ଏବଂ ୨ଟି ଛକା ସହାୟତାରେ ୭୫ ରନ କରି ଅପରାଜିତ ଥିବା ବେଳେ ଅଲରାଉଣ୍ଡର ତଥା ଭେଟେରାନ୍ ରବିନ୍ଦ୍ର ଜାଡେଜା ଚମତ୍କାର ଇନିଂସ ଖେଳି ୧୦୦ ବଲରୁ ୬ଚୌକା ସହାୟତାରେ ୫୦ ରନକରି ଅପରାଜିତ ଅଛନ୍ତି ।

IND vs NZ 1st Test: On debut, Iyer shows the way as India score 258/4 on  Day 1 | Sports News,The Indian Express
ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜିମିସନ୍ ଏକମାତ୍ର ସଫଳ ବୋଲର ଭାବେ ୧୫.୨ ଓଭର ବୋଲିଂକରି ୪୭ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ, ଟିମ୍ ସାଉଦି ୧୬.୪ ଓଭର ବୋଲିଂ କରି ୪୩ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

Related posts

ଏସିଆ କପ ବିବାଦକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି

Odisha Sports Bureau

ଅବସର ନେଲେ ଦକ୍ଷିଣ ଆଫ୍ରିକାର ଭେଟରାନ୍ ଅଲରାଉଣ୍ଡର ଆଲବି ମୋର୍କେଲ

Odisha Sports Bureau

ଅବସର ନେଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଆର ଅଶ୍ୱିନ

Odisha Sports Bureau