Cricket

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ ରିଟେନ କରିଛି । ଏହି ଲିଷ୍ଟରେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀ, ଅଲରାଉଣ୍ଡର ରବିନ୍ଦ୍ର ଜଡେଜା, ଷ୍ଟାର ଓପନର ରୁତୁରାଜ ଗାଏକ୍ୱାଡ । ତେବେ ଫରେନ ପ୍ଲେୟର ଭାବରେ ମୋଇନ ଅଲୀଙ୍କୁ ଦଳରେ ସାମିଲ କରିଛି ସିଏସକେ ।

ତେବେ ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏହି ଲିଷ୍ଟୋର ନାହିଁ ମିଷ୍ଟର ଆଇପିଏଲ ବା ଚିନ୍ନା ଥାଲା ଭାବରେ ପରିଚିତ ସୁରେଶ ରୈନାଙ୍କ ନାଁ । ଯାହା ସମସ୍ତ ଚେନ୍ନାଇ ଫ୍ୟାନ୍ସଙ୍କୁ ଚକିତ କରିଛି । ତେବେ ଏହି ତାଲିକାରେ ଜଡେଜାଙ୍କୁ ସର୍ବାଧିକ ୧୬ କୋଟି ଟଙ୍କାରେ କିଣିଛି ଚେନ୍ନାଇ । ସେହିପରି ଧୋନୀଙ୍କୁ ୧୨ କୋଟିରେ ରିଟେନ କରାଯାଇଥିବା ବେଳେ ମୋଇନ ଅଲୀଙ୍କୁ ୮ କୋଟି ଏବଂ ରୁତୁରାଜଙ୍କୁ ୬ କୋଟି ଟଙ୍କାରେ ରିଟେନ କରିଛି ଦଳ । ଧୋନୀଙ୍କ ତୁଳନାରେ ଜାଡେଜାଙ୍କୁ ଅଧିକ ଟଙ୍କାରେ କିଣିବା ନେଇ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ ଏହା ହେଉଛି ଚେନ୍ନାଇର ପୂର୍ବ ପ୍ରସ୍ତୁତି । ଆଗାମୀ ସିଜନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି ବୋଲି କୁହାଯାଉଛି ।

ଗତ ଦୁଇ ତିନି ବର୍ଷ କଥା ଯଦି କହିବା ତାହାଲେ ରବିନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଦମଦାର ପ୍ରଦର୍ଶନ କରିଆସୁଛନ୍ତି । ଖାସ୍ କରି ବ୍ୟାଟିଂ କ୍ଷେତ୍ରରେ ବେଶ୍ ପରିପ୍ୱକ ନଜର ଆସିଛନ୍ତି ଜାଡେଜା । ଜାଡେଜା ବିଗତ ଦୁଇ ସିଜିନରେ ହାରାହାରି ୪୫ରେ ରନ ସ୍କୋର କରିଛନ୍ତି । ୨୦୨୧ କଥା ଯଦି କହିବା ତାହାଲେ ଜାଡେଜା ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ୨୦୨୧ ଆଇପିଏଲରେ ୧୬ଟି ମ୍ୟାଚରେ ୧୩ ଓ୍ବିକେଟ ଅକ୍ତିଆର କରିଥିଲେ । ଜାଡେଜାଙ୍କ ଏହି ପ୍ରଦର୍ଶନ ଫଳରେ ରବିନ୍ ଉଥପ୍ପା ଏବଂ ପାର୍ଥିବ ପଟେଲଙ୍କ ଅନୁସାରେ ଜାଡେଜା ଧୋନିଙ୍କ ଉତ୍ତରାଧୀକାର ଭାବରେ ଦଳରେ ରଖିଛି ।

Cricketing Trends on Social Media Today
ରବିନ ଉଥପ୍ପା କହିଛନ୍ତି କି ‘ ଧୋନି ଜାଡେଜାଙ୍କ ମହତ୍ତ୍ବ ଜାଣିଛନ୍ତି । ତେଣୁ ଧୋନିଙ୍କ ଅବସର ପରେ ରବିନ୍ଦ୍ର ଜାଡେଜା ଚେନ୍ନାଇର ନେତୃତ୍ବ ନେଇ ପାରନ୍ତି । ସେହିପରି ଭାବରେ ଭାରତୀୟ ଦଳର ପୂର୍ବତନ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ କହିଛନ୍ତି କି ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ ଏବଂ ଚେନ୍ନାଇ ପାଇଁ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ସେ କହିଛନ୍ତି ।

Related posts

ଟେଷ୍ଟ ଟିମ୍‌ରେ ରୋହିତଙ୍କୁ ସାମିଲ ନେଇ ଉଠିଲା ପ୍ରଶ୍ନ ……

Odisha Sports Bureau

କରୋନା ପାଇଁ ଭାରତରେ ହେବନାହିଁ କୌଣସି କିକ୍ରେଟ ମ୍ୟାଚ

Odisha Sports Bureau

ରମାକାନ୍ତ ଆଚରେକରଙ୍କ ଦେହାନ୍ତରେ କଳା ବ୍ୟାଣ୍ଡ ପିନ୍ଧି ସମ୍ମାନ ଜଣାଇଲେ, ଭାରତୀୟ ଟିମ୍

Odisha Sports Bureau