Cricket

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୂଚୀ ରହିଛି । କିନ୍ତୁ ଗସ୍ତ ପୂର୍ବରୁ ହିଁ ଭାରତ ସାମନାକୁ ଆସିଛି ଏକ ବଡ ଚାଲେଞ୍ଜ । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜରେ ସାଜିଛି ବାଧକ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇ ଏ ପର୍ଯ୍ୟନ୍ତ୨୯ଟି ଦେଶରେ ସଂକ୍ରମିତ ହେଉଛି ଓମିକ୍ରନ । ଭାରତରେ ମଧ୍ୟ ଦୁଇଟି ପଜିଟିଭ କେସ ଚିହ୍ନଟ ହୋଇଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ପୁନଃବିଚାର କରିବ ବିସିସିଆଇ । ଏଥିପାଇଁ ବିସିସିଆଇ କିଛି ସମୟ ମାଗିଛି ।

BCCI announces appointment of Junior Selection Committee members | Sports News,The Indian Express
ଉଭୟ ଦଳର ବୋର୍ଡ ଏବଂ ସରକାରଙ୍କ ମଧ୍ୟରେ ସିରିଜକୁ ନେଇ ଆଲୋଚନା ଜାରି ରହିଛି । ତେବେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ସିରିଜ ଏକ ସପ୍ତାହ ଘୁଞ୍ଚିପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘ଇ’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି । ତେବେ ଭାରତୀୟ ସିନିୟର ଦଳ ନ୍ୟୁଜିଲାଣ୍ଡ ଗସ୍ତ ପରେ ଡିସେମ୍ବର ୯ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ।


ଭାରତ ଦକ୍ଷିଣ ଆଫ୍ରିକା ଟୁରରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିବ । ଏହି ଟୁରର ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରେ ଜୋହାନସବର୍ଗରେ ଖେଳାଯିବ ।

Related posts

ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବାକୁ ନେଇ ଚର୍ଚ୍ଚା

ଆଇସିସି ଟି୨୦ ପାଇଁ ୱେଷ୍ଟଇଣ୍ଡିଜ ଦଳ ଘୋଷଣା

ତ୍ରି- ମୂର୍ତ୍ତିଙ୍କ ଫଟୋ ଭାଇରାଲ

Odisha Sports Bureau

Leave a Comment