Cricket

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

ନୂଆଦିଲ୍ଳୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୂଚୀ ରହିଛି । କିନ୍ତୁ ଗସ୍ତ ପୂର୍ବରୁ ହିଁ ଭାରତ ସାମନାକୁ ଆସିଛି ଏକ ବଡ ଚାଲେଞ୍ଜ । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜରେ ସାଜିଛି ବାଧକ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇ ଏ ପର୍ଯ୍ୟନ୍ତ୨୯ଟି ଦେଶରେ ସଂକ୍ରମିତ ହେଉଛି ଓମିକ୍ରନ । ଭାରତରେ ମଧ୍ୟ ଦୁଇଟି ପଜିଟିଭ କେସ ଚିହ୍ନଟ ହୋଇଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ପୁନଃବିଚାର କରିବ ବିସିସିଆଇ । ଏଥିପାଇଁ ବିସିସିଆଇ କିଛି ସମୟ ମାଗିଛି ।

BCCI announces appointment of Junior Selection Committee members | Sports News,The Indian Express
ଉଭୟ ଦଳର ବୋର୍ଡ ଏବଂ ସରକାରଙ୍କ ମଧ୍ୟରେ ସିରିଜକୁ ନେଇ ଆଲୋଚନା ଜାରି ରହିଛି । ତେବେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ସିରିଜ ଏକ ସପ୍ତାହ ଘୁଞ୍ଚିପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘ଇ’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି । ତେବେ ଭାରତୀୟ ସିନିୟର ଦଳ ନ୍ୟୁଜିଲାଣ୍ଡ ଗସ୍ତ ପରେ ଡିସେମ୍ବର ୯ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ।


ଭାରତ ଦକ୍ଷିଣ ଆଫ୍ରିକା ଟୁରରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ଟି ଟି-୨୦ ମ୍ୟାଚ ଖେଳିବ । ଏହି ଟୁରର ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରେ ଜୋହାନସବର୍ଗରେ ଖେଳାଯିବ ।

Related posts

BBC କ୍ଲବ୍ ଆନୁକୁଲ୍ୟରେ ବାବାସାହେବ ଆମ୍ବେଦକର ମେମୋରିଆଲ ଟ୍ରଫି ଉଦଯାପିତ

Odisha Sports Bureau

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ, ଇଂଲଣ୍ଡକୁ ୪୧୨ ରନର ଲକ୍ଷ୍ୟ ଦେଲା ଭାରତ

Odisha Sports Bureau

ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ବିଗ ଫାଇଟ