Cricket

ଏଜାଜ ପଟେଲ ପ୍ଲେୟର ଅଫ ଦ ମନ୍ଥ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ICC) ପକ୍ଷରୁ ଜାରି ହୋଇଛି ଡିସେମ୍ବର ମାସର ‘ପ୍ଲେୟର ଅଫ ଦ ମନ୍ଥ’ ତାଲିକା । ମୁମ୍ବାଇରେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ୧୪ ୱିକେଟ ଅକ୍ତିଆର କରିଥିବା ଅଜାଜ ପଟେଲଙ୍କୁ ମିଳିଛି ପ୍ଲେୟାର୍ ଅଫ ଦି ମନ୍ଥ (ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି) ଆୱାର୍ଡ । ଗୋଟିଏ ମ୍ୟାଚରେ ୧୦ଟି ୱିକେଟ ନେଇଥିବାରୁ ସେ ଏହି ପଦବୀ ହାସଲ କରିଛନ୍ତି । ଓ୍ବାଙ୍ଖେଡେରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ ଘାତକ ବୋଲିଂକରି ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଏଜାଜ ପଟେଲ ।

ଇନିଂସର ସମସ୍ତ ୱିକେଟ ହାସଲ କରି ରେକର୍ଡ କରିବାରେ ସେ ହୋଇଛନ୍ତି ବିଶ୍ବର ତୃତୀୟ ବୋଲର । ପ୍ରଥମ ଇନିଂସରେ ୧୦ଟି ଏବଂ ଦ୍ବିତୀୟ ଇନିଂସରେ ୪ଟି ଓ୍ବିକେଟ ମୋଟ ୧୪ଟି ଓ୍ବିକେଟ ନେଇଥିଲେ ଏଜାଜ୍ । ଏହା ସହିତ ବ୍ୟାଟ୍ରେ ମଧ୍ୟ କମାଲ କରି ଉଭୟ ଇନିଂସରେ ୧୧୭ ରନକରି ନିଜର ଉପଯୋଗୀ ଯୋଗଦାନ ଦେଇଥିଲେ । ଗୋଟିଏ ମ୍ୟାଚ୍ରେ ମୋଟ ୧୪ଟି ଓ୍ବିକେଟ ନେଇଥିବାରୁ ଏଜାଜ୍ ପଟେଲ ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ଖେଳାଳି ହୋଇପାରିଛନ୍ତି । ଏଜାଜ୍ ପଟେଲଙ୍କ ବ୍ୟତିତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ପ୍ଲେୟାର ଅଫ୍ ଦି ମନ୍ଥ ଦୌଡରେ ଥିଲେ । ମୟଙ୍କ ଅଗ୍ରଓ୍ବାଲଙ୍କ ବ୍ୟତିତ କଙ୍ଗାରୁ ଟିମ୍ର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଏହି ରେସରେ ଥିଲେ । ତେବେ ୩ ଜଣଙ୍କ ମଧ୍ୟରୁ ଏଜାଜ୍ ପଟେଲଙ୍କୁ ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି ।

Related posts

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

Odisha Sports Bureau

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ

ଗୌତମ ଗମ୍ଭୀରଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ଅବସ୍ଥାରେ ଅଛନ୍ତି କି? ଏକ ଆଶ୍ଚର୍ଯ୍ୟଜନକ ଡ୍ରେସିଂ ରୁମ୍ ସତ୍ୟ ପ୍ରକାଶ ପାଇଛି।

Odisha Sports Bureau