Cricket

କଟକରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଆଇପିଏଲ୍ ପରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ଟି ଟି-୨୦ ସିରିଜ୍ ଖେଳାଯିବ । କଟକ, ବିଶାଖାପଟଣମ୍, ଦିଲ୍ଲୀ, ରାଜକୋଟ ଓ ଚେନ୍ନାଇରେ ମ୍ୟାଚ୍ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ କଟକରେ ଖେଳାଯିବ । ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ଓଡ଼ିଶା ଆସିବ ଦକ୍ଷିଣ ଆଫ୍ରିକା ଦଳ । ପୂର୍ବରୁ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ହେବାର ଥିଲା । ହେଲେ କରୋନା ପାଇଁ ବାରବାଟୀରେ ମ୍ୟାଚ୍ ସମ୍ଭବ ହୋଇନଥିଲା । ଏବେ ଟିକେ ସ୍ଥିତି ସୁଧୁରିବା ପରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳାଯିବା ପାଇଁ ନିଷ୍ପତି ହୋଇଛି । ତେଣୁ ଆସନ୍ତା ୯ ତାରିଖର ହେବାକୁ ଥିବା ମ୍ୟାଚକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ ।

 

Related posts

ଘରୋଇ ମାଟିରେ ଟେଷ୍ଟ ଜିତିବା ଟିମ୍ ଇଣ୍ଡିଆ ପାଇଁ ସହଜ ହେବ ନାହିଁ, ଅଧିନାୟକ ଶୁଭମନ ଗିଲ୍ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି

Odisha Sports Bureau

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

Odisha Sports Bureau

IPL 2026 ପୂର୍ବରୁ ନେଟ୍ସକୁ ଫେରିଛନ୍ତି ଧୋନି

Odisha Sports Bureau