Cricket

ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ମିଥାଲି ରାଜ

(ଦିଲ୍ଲୀ) : ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଗତ ସପ୍ତାହରେ ମନ୍ଧନା ୧୨ତମ ସ୍ଥାନରେ ଓ ହର୍ମନପ୍ରୀତ ୨୩ତମ ସ୍ଥାନରେ ରହିଥିଲେ । ଅଷ୍ଟ୍ରେଲିଆର ଆଲିସା ହିଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ସୂଚନାନୁଯାୟୀ , ଇଂଲଣ୍ଡର ତାମି ବ୍ୟୁମୋଣ୍ଟ ତୃତୀୟ, ଅଷ୍ଟ୍ରେଲିଆର ମେଗ ଲ୍ୟାନିଂ ଚତୁର୍ଥ, ବେଥ ମୁନି ପଞ୍ଚମ, ଦକ୍ଷିଣ ଆଫ୍ରିକାର ଲିଜେଲି ଲି ଷଷ୍ଠକୁ ଉଠିଛନ୍ତି। ପୂର୍ବରୁ ତୃତୀୟରେ ରହିଥିବା ନ୍ୟୁଜିଲାଣ୍ଡର ଆମି ସାଟରହ୍ୱାଇଟ୍‌ ସପ୍ତମକୁ ଖସିଛନ୍ତି । ସେହିପରି ଲାଉରା ଉଲଭାର୍ଟ ନବମ ଓ ଏଲିସ୍‌ ପେରୀ ଦଶମ ସ୍ଥାନକୁ ଖସିଛନ୍ତି । ଦିନିକିଆ ବୋଲିଂ ମାନ୍ୟତା ତାଲିକାରେ ଝୁଲଣ ଗୋସ୍ୱାମୀ ଏକମାତ୍ର ଭାରତୀୟ ଭାବେ ଶ୍ରେଷ୍ଠ ୧୦ରେ ସ୍ଥାନ ବଜାୟ ରଖିଛନ୍ତି ।

Related posts

ଷ୍ଟମ୍ପ ଆଉଟ୍ ପରେ ଦିଲ୍ଲୀ ଖେଳାଳିଙ୍କ ପ୍ରତିବାଦ

Odisha Sports Bureau

ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHR

Odisha Sports Bureau

ଭାରତର ପ୍ଲେଇଂ ଇଲେଭେନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

Odisha Sports Bureau