Cricket

ଟି – ଟ୍ବେଣ୍ଟି ମ୍ୟାଚ– ଇଣ୍ଡିଜ୍ କୁ ୭୧ରନ୍ରେ ପରାସ୍ତ କଲା ଭାରତ

ଆଲୋକର ପର୍ବ ‘ଦୀପାବଳି’ ପାଇଁ ସମଗ୍ର ଭାରତ ବର୍ଷ ରଙ୍ଗ ବେରଙ୍ଗର ଆତସବାଜିରେ ଝଲସି ଉଠିବ। ଲକ୍ଷ୍ନୌର ନବନିର୍ମିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ରୋହିତ ରୋମାଞ୍ଚ ଦେଖିବାକୁ ମିଳିଥିଲା ଭାରତୀୟ ଅଧିନାୟକ ରୋହିତ ଶର୍ମା ଙ୍କ ଚୌକା, ଛକା ବର୍ଷା ପାଇଁ ଲକ୍ଷ୍ନୌ କ୍ରିକେଟ୍ ପ୍ରେମୀ ଦିନକ ପୂର୍ବରୁ ଦୀପାବଳିର ମଜା ଉଠାଇଛନ୍ତି। ରୋହିତ ରୋମାଞ୍ଚ ବଳରେ ହିଁ ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜକୁ ୭୧ ରନ୍ରେ ହରାଇଛି। ତା’ ସହ ଦେଶବାସୀଙ୍କୁ ଆଉ ଏକ ଶୃଙ୍ଖଳା ବିଜୟ ଉପହାର ଦେଇଛି। ସେଥିପାଇଁ ଅନେକ ଭାରତୀୟ କ୍ରିକେଟ୍ ପ୍ରେମୀ ଆଗୁଆ ଦୀପାବଳି ପାଳନ କରିଛନ୍ତି।

ଟ୍ବେଣ୍ଟି-୨୦ରେ ଭାରତ ଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଥର ପାଇଁ ଲଗାତାର ବିଜୟ ହାସଲ କରିଥିଲା। ଫଳରେ ୨-୦ରେ ଆଗୁଆ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ବିଜୟୀ ହୋଇଥିଲା। ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ଚେନ୍ନାଇରେ ଆସନ୍ତା ରବିବାର ଖେଳାଯିବ। ତେବେ ଏହାର ଫଳାଫଳ ଭାରତର ଶୃଙ୍ଖଳା ବିଜୟକୁ ରୋକିପାରିବ ନାହିଁ। ବୋଲରଙ୍କୁ ସୁହାଉଥିବା ପିଚ୍ରେ ଭାରତ ଆଜି ରୋହିତଙ୍କ ଚିତ୍ତାକର୍ଷକ ଶତକ ବଳରେ ନିର୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୯ ୱିକେଟ୍ ବିନିମୟରେ ମାତ୍ର ୧୨୪ ରନ୍ କରି କ୍ରମାଗତ ପରାଜୟ ବରଣ କରିଥିଲା। ରୋହିତ ତାଙ୍କ କୀର୍ତ୍ତିମାନଭରା ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Related posts

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ପରଲୋକ

Odisha Sports Bureau

ବାରବାଟୀ ମ୍ୟାଚ ପାଇଁ ଭୁବନେଶ୍ୱରରେ ଇଣ୍ଡୋ-ଇଣ୍ଡିଜ ଦଳ

Odisha Sports Bureau

ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau