Cricket

ବାରବାଟୀ ମ୍ୟାଚ ପାଇଁ ଭୁବନେଶ୍ୱରରେ ଇଣ୍ଡୋ-ଇଣ୍ଡିଜ ଦଳ

(ଓଡ଼ିଶା ସ୍ପୋର୍ଟ)ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ କଟକ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ୱାନ୍ ଡେ ମୁକାବିଲା ପାଇଁ ଗୁରୁବାର ଭାରତୀୟ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳ ବିଶାଖାପାଟଣାରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ ଅଧିକାରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ପୁଲିସ ସେମାନଙ୍କୁ ବିମାନ ବନ୍ଦରରୁ ସ୍ବାଗତ କରିଥିଲେ। ଏହାପରେ ସିଧା ସେମାନଙ୍କୁ ହୋଟେଲ ମେ ଫେୟାର୍କୁ ନିଆଯାଇଛି। ହୋଟେଲରେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ଦୁଇ ଦଳକୁ ସ୍ୱାଗତ କରାଯାଇଥିଲା। ଉଭୟ ଦଳ ପ୍ରତିଟି ସଦସ୍ୟଙ୍କୁ ଉତ୍ତରୀୟ ସହ ପୁଷ୍ପ ଗୁଚ୍ଛ ଦିଆଯାଇଥିଲା। ପ୍ରଥମେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ହୋଟେଲ୍ ଭିତରକୁ ପ୍ରବେଶ କରିଥିଲେ। ପ୍ରିୟ ଖେଳାଳିମାନଙ୍କ ସାମାନ୍ୟ ଝଲକ ପାଇବା ପାଇଁ ପ୍ରଶଂସକ ଏୟାରପୋର୍ଟରୁ ହୋଟେଲ୍ ପର୍ୟ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ଅପେକ୍ଷା କରିଥିଲେ।

ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲର ୯୦ଟି ରୁମ୍ ବୁକ୍ ହୋଇଛି। ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ରଭାବେ ମଧ୍ୟ ସଜା ଯାଇଛି। ସିରିଜ ଏବେ ୧-୧ ସ୍ତରରେ ରହିଛି। ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ, ସେହି ଦଳ ହିଁ ସିରିଜ୍ ହାତେଇବ।

Related posts

ଟି ୧୦ ଟୁର୍ଣ୍ଣାମେଣ୍ଟରେ ଖେଳିପାରନ୍ତି ଯୁବରାଜ

Odisha Sports Bureau

ବଦଳିବ ଭାରତ-ପାକିସ୍ତାନ ମ୍ୟାଚ ତାରିଖ,୧୫ ବଦଳରେ ୧୪ରେ ହେବ ମ୍ୟାଚ

ଡେଭିଡ ବୁନ ହେଲେ ଶ୍ରୀଲଙ୍କା- ପାକ୍ ମ୍ୟାଚର ରେଫରି

Odisha Sports Bureau