Cricket

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ପରଲୋକ

(ଓଡ଼ିଶା ସ୍ପୋର୍ଟ):  ମଙ୍ଗଳବାର ଦିନ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସେ ୪୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୪୩. ୧୧ ଆଭରେଜରେ ୩୧୦୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୭ ଶତକ ଓ ୧୬ ଅର୍ଦ୍ଧଶତକ ରହିଛି। ୧୯୬୩ରେ ଲଡର୍ସରେ ଇଂଲଣ୍ଡ ବିପକ୍ଷରେ ୧୩୩ ରନ ଓ ୧୯୬୬ରେ ନଟିଂହାମ୍ଠାରେ ୨୦୯ ରନର ଇନିଂସ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବ୍ୟାଟିଂ କୁହାଯାଏ। ଭାରତ ମାଟିରେ ବାଉଚର ୬୯.୪୨ ଆଭରେଜରେ ୪୮୬ ରନର ସଂଗ୍ରହ କରିଛନ୍ତି। କୋଲକାତା ଓ ଚେନ୍ନାଇ ରେ ସେ ଗୋଟିଏ ଲେଖାଏ ଶତକ ମଧ୍ୟ ହାସଲ କରିଥିଲେ। ବାଉଚର ମଧ୍ୟ ସାମୟିକ ଲେଗ୍-ସ୍ପିନ ବୋଲିଂ କରି ଟେଷ୍ଟରେ ୫ ଉଇକେଟ୍ ହାସଲ କରିଛନ୍ତି। ୧୯୭୦ରେ ସେ ଓ୍ବିଜଡେନ କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ହାସଲ କରିଥିଲେ।

Related posts

ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଚିନ୍ତା ବଢ଼ାଇଲା ଯଶସ୍ୱୀଙ୍କ ଫର୍ମ

Odisha Sports Bureau

ଓଭାଲରେ ବିରାଟ ରେକର୍ଡ

Odisha Sports Bureau

ଭାରତ ଓ ପାକିସ୍ତାନ ମ୍ୟାଚ୍ର ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା