Cricket

ଆସନ୍ତାକାଲି ୨୦୨୦ ସଂସ୍କରଣ ପାଇଁ ଖେଳାଳି ନିଲାମ

(ଓଡ଼ିଶା ସ୍ପୋର୍ଟ): ଆସନ୍ତାକାଲି ଆଇପିଏଲର ୨୦୨୦ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ। ନିଲାମ ପ୍ରକ୍ରିୟାରେ ସମଗ୍ର ବିଶ୍ୱର ୩୩୨ ଜଣ ଖେଳାଳି ସାମିଲ ହୋଇଛନ୍ତି। ବେଙ୍ଗାଲୁରୁ ବଦଳରେ ଏଥର କୋଲକାତାରେ ନିଲାମ କାର୍ୟ୍ୟକ୍ରମ ଆୟୋଜିତ ହେଉଛି। ଆସନ୍ତାକାଲି ଦିନ ୩.୩୦ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ଅଛି। ନିଲାମ ବେଳେ ଗ୍ଲେନ ମ୍ୟାକ୍ସୱେଲ, ଶିମରନ ହେଟମେୟର ପ୍ୟାଟ କମିନ୍ସ, ଇଅନ ମୋର୍ଗାନ, ରବିନ ଉଥାପ୍ପା, କ୍ରିସ ଲୀନ, ୟୁସୁଫ ପଠାନଙ୍କ ଭଳି ଖେଳାଳିଙ୍କ ପାଇଁ ଅଧିକ ମୂଲଚାଲ ହେବ ବୋଲି ଆଶା କରାଯାଉଛି।

ନିଲାମ ପ୍ରକ୍ରିୟାରେ ୧୮୬ ଜଣ ଭାରତୀୟ ଖେଳାଳି, ୧୪୬ ଜଣ ବିଦେଶୀ ଖେଳାଳି ଓ ଆଇସିସିର ସହଯୋଗୀ ରାଷ୍ଟ୍ରର ୩ ଜଣ ଖେଳାଳି ରହିଛନ୍ତି। ଦେଶ ଅନୁସାରେ ଦେଖିଲେ ଭାରତର ୧୮୬, ଅଷ୍ଟ୍ରେଲିଆର ୩୫, ଦକ୍ଷିଣ ଆଫ୍ରିକାର ୨୩, ଇଂଲଣ୍ଡର ୨୨, ୱେଷ୍ଟଇଣ୍ଡିଜର ୧୯, ନ୍ୟୁଜିଲ୍ୟାଣ୍ଡର ୧୮, ଶ୍ରୀଲଙ୍କାର ୧୪, ଆଫଗାନିସ୍ତାନର ୭, ବାଂଲାଦେଶର ୫, ୟୁଏଇର ୧, ଆମେରିକାର ୧ ଓ ସ୍କଟଲ୍ୟାଣ୍ଡର ଜଣେ ଖେଳାଳି ରହିଛନ୍ତି।

ଏଥର ୭ ଜଣ ଖେଳାଳିଙ୍କ ନିଲାମ ପାଇଁ ମୂଳ ଅର୍ଥ ରାଶି ୨ କୋଟି ରହିଛି। ତେବେ ଏହି ୭ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ଖେଳାଳି ନାହାନ୍ତି। ୨ କୋଟି ଅର୍ଥ ରାଶି ତାଲିକାରେ ଗ୍ଲେନ ମ୍ୟାକ୍ସୱେଲ, ପ୍ୟାଟ କମିନ୍ସ, ଜୋଶ ହେଜେଲଉଡ, କ୍ରିସ ଲୀନ, ମିଚେଲ ମାର୍ଶ, ଡେଲ ଷ୍ଟେନ ଓ ଆଞ୍ଜେଲୋ ମାଥ୍ୟୁସ ରହିଛନ୍ତି।

Related posts

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ

ଟିମ ଇଣ୍ଡିଆକୁ ଝଟକା , ଶ୍ରୀଲଙ୍କା ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

Odisha Sports Bureau