Cricket

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ

ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ମାତ ଦେଇଛି । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୫୦ ରନରେ ଅଲଆଉଟ ହୋଇଛି । ୬୪.୩ ଓଭର ଖେଳି ୧୫୦ ରନ କରିଥିଲା ଟିମ୍ । ବୋଲିଂରେ କମାଲ କରିଥିଲେ ଆର ଅଶ୍ୱିନ । ଅଶ୍ୱିନ ୬୦ ରନ ଦେଇ ହାତେଇଲେ ୫ଟି ଓ୍ଵିକେଟ । ସେହିଭଳି ରବୀନ୍ଦ୍ର ଜାଡେଜା ୨୬ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ । ଭାରତୀୟ ଟିମରେ ଯଶସ୍ୱୀ ଜୟସ୍ୱାଲ ଓ ଇଶାନ କିଷାନଙ୍କୁ ସାମିଲ କରାଯାଇଛି । ଭାରତୀୟ ଟିମର ଓପନର ଯଶସ୍ୱୀ ଜୟସ୍ୱାଲ ୪୦ ଓ ରୋହିତ ଶର୍ମା ୩୦ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ୮୦ ରନ କରିଛି ।

Related posts

ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

Odisha Sports Bureau

ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau