More Sports

ଏସୀୟ ଖେଳ ପ୍ରତିଯୋଗିତାରେ ହାତୀ ଓ ହନୁମାନ ମାସ୍କଟ୍

ଭୁବନେଶ୍ବର:   ଭାରତୀୟଙ୍କ ଅତି ଆପଣାର ଦୁଇ ଚେହେରା ଏବେ ଦୁଇଟି ଭିନ୍ନ ଏସୀୟ ଖେଳ ପ୍ରତିଯୋଗିତାର ମାସ୍କଟ୍ ମନୋନୀତ ହୋଇଛନ୍ତି। ବୁଧବାରଠାରୁ ଥାଇଲାଣ୍ଡର ବ୍ୟାଙ୍କକରେ ଆରମ୍ଭ ହୋଇଥିବା ୨୫ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ପ୍ରଭୂ ହନୁମାନଙ୍କୁ ସ୍ଥାନିତ କରାଯାଇଥିବା ବେଳେ ଅଗଷ୍ଟ ମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ମାସ୍କଟରେ ହାତୀମୁଣ୍ଡ ସ୍ଥାନ ପାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ଏସୀୟ ଦୌଡ଼କୁଦ ସଂଘର ୫୦ତମ ବାର୍ଷିକୀ ଅବସରରେ ଏହି ସଂସ୍କରଣ ମହାଦେଶୀୟ ପ୍ରତିଯୋଗିତା ଏସୀୟ ଦୌଡ଼କୁଦକୁ ହନୁମାନଙ୍କ ଗତି, ଦୃଢ଼ତା, ସାହସ, ସ୍ବାଧିନତା ଆଦିର ପ୍ରତିଫଳନ ବୋଲି ଆୟୋଜକମାନେ ହୃଦୟଙ୍ଗମ କରିଛନ୍ତି। ପ୍ରଭୂ ରାମଙ୍କ ଭକ୍ତ ଭାବେ ହନୁମାନଙ୍କ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ତାଙ୍କ ଉତ୍ତରଦାୟିତ୍ବ ଏବଂ ଭକ୍ତିକୁ ଏବେ ଏସୀୟସ୍ତରରେ ବିସ୍ତାରିତ କରିବାକୁ ପ୍ରୟାସ କରାଯାଇଛି। ଅନ୍ୟପକ୍ଷରେ ଏସିଆରେ ହାତୀ ତିଷ୍ଠି ରହିବାର ଅନନ୍ୟ ଉଦାହରଣ ଥିବାରୁ ଏହି ବନ୍ୟପ୍ରାଣୀ ବଂଶକୁ ସୁରକ୍ଷିତ ରଖିବା ଦିଗରେ ଏହା ଏକ ଅଭିନବ ପ୍ରୟାସ ବୋଲି କୁହାଯାଇଛି।

Related posts

୧୬ରୁ ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ

Odisha Sports Bureau

ବକ୍ସିଂରେ ଭାରତର ନିଖତ୍‌ ଜରିନ୍‌ ବିଶ୍ୱ ଚାମ୍ପିଅନ, ଆଣିଲେ ସ୍ୱର୍ଣ୍ଣ ପଦକ

ୱାଲର୍ଡ ଆଥଲେଟିକ୍ ଚମ୍ପିଆନସିପ୍ରେ ସପ୍ତମ ସ୍ଥାନରେ ରହିଲା ଭାରତୀୟ ରିଲେ ଟିମ୍

Odisha Sports Bureau