Hockey

ହକିରେ ଓଡିଶା ପାଇଁ ଗୌରବ ଆଣିବେ ୫ ମହିଳା ଖେଳାଳୀ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଯାଉଛି ଜୁନିୟର ମହିଳା ହକି ବିଶ୍ୱକପ୍ । ଦକ୍ଷିଣ ଅଫ୍ରିକାରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ଓଡିଶାକୁ ଗୌରବ ଆଣିବେ ୫ ଓଡିଆ । କାରଣ ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର ଗ୍ରୁପରେ ସ୍ଥାନ ପାଇଲେ ୫ ଜାଣ ଓଡିଆ ମହିଳା ଖେଳାଳୀ । ଗ୍ରୁପରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନ୍ଦନ ଜଣାଇଛନ୍ତି । ସେହି ୫ ଜଣ ହେଉଛନ୍ତିଅଜମିନା କୁଜୁର, ଜ୍ୟୋତି ଛତ୍ରୀ, ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ, ମାଧୁରୀ କିଣ୍ଡୋ । ଏଥିରେ ଭାରତୀୟ ଦଳର ୨୮ ଜଣିଆ କୋର୍ ଗ୍ରୁପ ଘୋଷଣା ହୋଇଥିବା ବେଳେ ୫ ଜଣ ଓଡିଅ।। ମଧ୍ୟ ସେଥିରେ ସାମିଲ ହୋଇଛନ୍ତି । ଭାରତୀୟ ମହିିଳା ହକି ଖେଳାଳୀ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବେ ।

Related posts

ଓଡିଆ ହକି ତାରକା ସୁନିତା ଲାକ୍ରା ଅବସର

Odisha Sports Bureau

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau

ଆର୍ଜେଣ୍ଟିନାର ନୂଆ ଇତିହାସ

Odisha Sports Bureau