More Sports

ଦେଶ ପାଇଁ ଗୌରବ ଆଣିଲେ ରବି ଦହିୟା

(ଇସ୍ତାନବୁଲ) : ରେସଲର ରବି ଦହିୟା ପୁଣି ଦେଶ ପାଇଁ ଆଣିଦେଇଛନ୍ତି ଗୌରବ। ତୁର୍କୀର ଇସ୍ତାନବୁଲରେ ୟାସର ଡୋଗୁ ରାଙ୍କିଙ୍ଗ ସିରିଜରେ ୬୧ କେଜି ଫାଇନାଲରେ ଉଜବେକିସ୍ତାନର ଗୁଲୋମଜୋନ୍ ଅବଦୁଲ୍ଲାଭଙ୍କୁ ୧୧-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ସୂଚନାନୁଯାୟୀ , ରବି ଦହିୟା ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଦ୍ବିତୀୟ ଭାରତୀୟ ରେସଲର। ଟୋକିଓରେ ବିଶ୍ବ ଚମ୍ପିଆନ୍ ଜାବୁର ଉଗୁଏଭଙ୍କଠାରୁ ପୁରୁଷ ଫ୍ରିଷ୍ଟାଇଲରେ ୫୭ କେଜି ମୁକାବିଲାରେ ୪-୭ରେ ଦହିୟା ହାରି ଯାଇଥିଲେ। ୨୩ ବର୍ଷୀୟ ଦହିୟା ଅଲିମ୍ପିକରେ ରୌପ୍ୟ ନୁହେଁ ବଂର ସ୍ୱର୍ଣ୍ଣ ପଦକ ଜିତିବାକୁ ଚାହୁଁଥିଲେ। ସେ କହିଥିଲେ, ମୁଁ ରୌପ୍ୟ ପଦକ ପାଇଥିବାରୁ ଖୁସି ଅଛି, କିନ୍ତୁ ଆହୁରି ଭଲ କରିପାରିଥାନ୍ତି। ମୁଁ ସ୍ୱର୍ଣ୍ଣ ପଦକ ଜିତିବାର ପୁରା ଚେଷ୍ଟା କରିଥିଲି, କିନ୍ତୁ ଅଳ୍ପକେ ହାରିଗଲି। ଏବେ ଶେଷରେ ଦହିୟା ତାଙ୍କର ବାକି ରହିଯାଇଥିବା ସ୍ବପ୍ନକୁ ପୂରଣ କରିଛନ୍ତି।

Related posts

IOA ନିର୍ବାଚନ: ପିଟି ଉଷା ଆନୁଷ୍ଠାନିକ ଭାବରେ ପ୍ରଥମ ମହିଳା ସଭାପତି ଭାବରେ ହେବେ ନିର୍ବାଚିତ 

Odisha Sports Bureau

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau

୨୦୨୧ରେ ଆୟୋଜନ ହେବ ଅଲିମ୍ପିକ୍ ଗେମ୍ସ: ଟୋକିଓ ଅଲିମ୍ପିକ୍ ମୁଖପାତ୍ର