More Sports

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

(ଓଡିଶା ସ୍ପୋର୍ଟ): ପୁଣେରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ୨୧ ବର୍ଷରୁ କମ୍ ବାଳିକା ଭାରୋତ୍ତୋଳନରେ ଓଡ଼ିଶାର ସ୍ନେହା ସୋରେନ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟ ଜଗଦୀଶ ବାରିକ ୧୭ ବର୍ଷରୁ କମ୍ ଟେବୁଲ ଭଲ୍ଟରେ ରୌପ୍ୟ ପଦକ ପାଇଛନ୍ତି। ୨୧ ବର୍ଷରୁ କମ୍ ୧୦୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରଜ୍ଞା ୧୪.୩୪ ସେକେଣ୍ଡ ସମୟ ନେଇ ରେସ୍ ଶେଷ କରିଥିଲେ। ଓଡ଼ିଶାର ସୁଇମିଂ ସେନ୍ସେଶନ ପ୍ରତ୍ୟାଶା ରୟ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ୧:୧୦.୬୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।

Related posts

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡା: ୯ମ ଦିନରେ କୁସ୍ତିରେ ସ୍ୱର୍ଣ୍ଣ ବର୍ଷା

Odisha Sports Bureau