More Sports

ରାଜ୍ୟଗୋଷ୍ଠୀ କ୍ରୀଡା: ୯ମ ଦିନରେ କୁସ୍ତିରେ ସ୍ୱର୍ଣ୍ଣ ବର୍ଷା

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ କମାଲ ଦେଖିବାକୁ ମିଳିଛି । ନବମ ଦିନରେ ମେଡାଲ ପରେ ମେଡାଲ ଦେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା । ଶନିବାର ଦିନ ୪ ଟି ସ୍ୱର୍ଣ୍ଣ, ୩ ଟି ରୌପ୍ୟ ଏବଂ ୭ ଟି ବ୍ରୋଞ୍ଜ ପଦକ ସହିତ ଭାରତ ମୋଟ ୧୪ ଟି ପଦକ ଜିତିଛି। ରବି ଦାହିଆ, ଭିନେଶ ଫୋଗଟ ଓ ନବୀନ ଆଜି ନିଜ ନିଜ ବର୍ଗର ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ପୂଜା ଗେହଲଟ, ପୂଜା ସିହାଗ ଓ ଦୀପକ ନେହରା କାଂସ୍ୟ ପଦକ ହାସଲ କରିଥିଲେ।

ଭିନେଶ ଫୋଗଟ ପୂର୍ବରୁ ୨୦୧୪, ୨୦୧୮ରେ ସ୍ବର୍ଣ୍ଣ ଜିତିଥିବାରୁ ଏଥରର ସ୍ବର୍ଣ୍ଣିମ ସଫଳତାକୁ ମିଶାଇ ହ୍ୟାଟ୍ରିକ୍ ଅର୍ଜନ କରିବାର ଗୌରବ ଲାଭ କରିଥିଲେ। କୁସ୍ତି ଆଖଡ଼ାରୁ ଭାରତ ପାଇଁ ପ୍ରଥମ ପଦକ ପୂଜା ଗେହଲେଟ୍‌ ଜିତିଥିଲେ। ମହିଳା ୫୦ କି‌ଲୋଗ୍ରାମ ଫ୍ରିଷ୍ଟାଇଲ୍‌ କାଂସ୍ୟ ପଦକ ମ୍ୟାଚ୍‌ରେ ସ୍କଟଲାଣ୍ଡର କ୍ରିଷ୍ଟି‌ଲେ ଲେମୋଫ୍ୟାକ୍ ଲିଚିଜିଓଙ୍କୁ ଉନ୍ନତ ବୈଷୟିକ କୌଶଳ ବଳରେ ୧୨-୨ରେ ହରାଇଥିଲେ ସେ। କ୍ରିଷ୍ଟିଲେ ଲଢ଼େଇ ଆରମ୍ଭରୁ ଆଗୁଆ ରହିଥିଲେ। ତେବେ ଠିକଣା ସମୟରେ ତାଙ୍କୁ ସଂପୂର୍ଣ୍ଣ ଧରାଶାୟୀ କରି ପୂଜା କାଂସ୍ୟ ପଦକ ଜିତି ନେଇଥିଲେ। ୨୫ ବର୍ଷୀୟା ପୂଜାଙ୍କର ବ୍ୟକ୍ତିଗତ ଭାବେ ଏହା ପ୍ରଥମ ପଦକ ଥିଲା। ୫୭ କିଲୋଗ୍ରାମରୁ ରବି ଦାହିଆ ଭାରତ ପାଇଁ ନବମ ଦିନର ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୫୭ କେଜି ବର୍ଗରେ ନାଇଜେରିଆର ଇ ୱେଲ୍ସନଙ୍କୁ ଫାଇନାଲ ମୁକାବିଲାରେ ୧୦-୦ରେ ହରାଇ ପଦକର ଅଧିକାରୀ ହୋଇଛନ୍ତି ।

ଏହି ମ୍ୟାଚ୍ ଜିତିବାକୁ ରବି ମାତ୍ର ୨ ମିନିଟ୍ ୧୬ ସେକେଣ୍ଡ ସମୟ ନେଇଥିଲେ। ଲଢ଼େଇ ଏତେ ଏକତରଫା ଥିଲା ବେଳେ ରବି ୧୦-୦ରେ ଆଗୁଆ ହେବା ପରେ ରେଫରି ତାଙ୍କୁ ଟେକ୍ନିକାଲ ସୁପିରିଓରିଟି ବା ଉନ୍ନତ ବୈଷୟିକ କୌଶଳ ଆଧାରରେ ବିଜୟୀ ଘୋଷଣା କରିଥିଲେ। ସେଥିପାଇଁ ଦ୍ବିତୀୟ ରାଉଣ୍ଡ ବି ଆଉ ଖେଳିବାକୁ ପଡ଼ି ନଥିଲା। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରବି କୁମାର ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ସୁରଜ ସିଂହ ଏବଂ ପାକିସ୍ତାନର ଅସଦ ଅଲ୍ଲୀଙ୍କୁ ମଧ୍ୟ ଟେକ୍ନିକାଲ ସୁପିରିଓରିଟିରେ ପରାସ୍ତ କରିଥିଲେ।

Related posts

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

Odisha Sports Bureau

ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ାର ଲୋଗୋ ଉନ୍ମୋଚିତ

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ ହାତେଇଲେ ପିଭି ସିନ୍ଧୁ

Odisha Sports Bureau