Cricket

ପ୍ରଥମ ଦିନିକଆରେ ଭାରତ ଆଗରେ ୨୮୯ ର ବିଜୟ ଲକ୍ଷ୍ୟ

(ଓଡିଶା ସ୍ପୋର୍ଟ): ପ୍ରଥମ ଦିନିକଆରେ ପିଟର ହ୍ୟାଣ୍ଡସକମ୍ବଙ୍କ ୭୩ ରନ୍ର ଲଢ଼ୁଆ ଇନିଂସ୍ ବଳରେ ସିଡ୍ନୀଠାରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକଆରେ ୨୮୮ ରନ୍ କରିପାରିଛି ଅଷ୍ଟ୍ରେଲିଆ।

ଇନିଂସ୍ ଆରମ୍ଭରୁ ୱିକେଟ୍ ପତନ ଘଟିବାପରେ ଧୀମା ବ୍ୟାଟିଂ ପାଇଁ ଦଳୀୟ ସ୍କୋର ୨୫୦ ରନ୍ ପାଖାପାଖିରେ ସୀମିତ ରହିବା ଆଶଙ୍କା ସୃଷ୍ଟି ହେଉଥିଲା। କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ୍ ନପଡ଼ିବା କାରଣରୁ ଉସ୍ମାନ୍ ଖାୱଜା, ଶନ୍ ମାର୍ଶ ଏବଂ ପିଟର ହ୍ୟାଣ୍ଡସକମ୍ବ ଅର୍ଦ୍ଧଶତକ କରିପାରିଥିବାବେଳେ ମାର୍କସ୍ ଷ୍ଟୋଇନିସ୍ ଶେଷରେ ୪୭ ରନ୍ ଯୋଡ଼ି ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ତରରେ ପହଞ୍ଚାଇପାଥିଲେ।

ଇନିଂସ୍ ଆରମ୍ଭରୁ ଅଧିନାୟକ ଆରୋନ୍ ଫିଞ୍ଚ ୬ ରନ୍ କରି ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିବାବେଳେ ଆଲେକ୍ସ ୨୪ ରନ୍ କରି କୁଲ୍ଦୀପ ଯାଦବଙ୍କ ଶିକାର ହୋଇଥିଲେ।

ଏହାପରେ କିନ୍ତୁ ଉସ୍ମାନ୍, ମାର୍ଶ, ହ୍ୟାଣ୍ଡସକମ୍ବ ଏବଂ ମାର୍କସ୍ ଯଥାକ୍ରମେ ୫୯,୫୪,୭୩ ଏବଂ ୪୭ ରନ୍ର ଇନିଂସ ଖେଳିବାରୁ ଭାରତ ପାଇଁ ଟାର୍ଗେଟ୍ ୨୮୯ରେ ପହଞ୍ଚିଛି।

Related posts

ଆଜଲାନ ଶାହ କପ, ଭାରତ ରନର୍ସଅପ

Odisha Sports Bureau

ଫଟାଫଟ କ୍ରିକେଟରେ ଯୋଗ ଦେଲେ ମାଷ୍ଟର ବ୍ଲାଷ୍ଟର

Odisha Sports Bureau

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

Odisha Sports Bureau