Hockey

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-ଜର୍ମାନୀ କଡ଼ା ଟକ୍କର

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫିଭର । ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକି ମ୍ୟାଚରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଓ ଆସନ୍ତାକାଲି ବିଶ୍ୱର ୫ ନମ୍ବର ଟିମ୍‌ ଜର୍ମାନୀକୁ ଭେଟିବ । ତେବେ ଏହି ମ୍ୟାଚ ଆଜି ସଂଧ୍ୟା ୫ଟାରେ ଖେଳାଯିବ ।

ଅନ୍ୟପକ୍ଷେ ଭାରତ ନିଜ ଶେଷ ମ୍ୟାଚ ଜର୍ମାନୀ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା । ତେବେ ୨୦୦୬ ପରଠାରୁ ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇ ସାରିଛନ୍ତି । ଏହି ୫ଟି ମୁକାବିଲାରେ ଭାରତ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିବା ସମୟରେ ଜର୍ମାନୀ ବାକି ୪ଟି ମ୍ୟାଚ ଜିତି ନିଜର ଦବଦବା କାୟମ ରଖିଛି । ତେବେ ଏହି ମ୍ୟାଚ ନେଇ ହକି ଇଣ୍ଡିଆ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ ସେୟାର କରିଛି ।

ଚଳିତ ପ୍ରୋ ଲିଗ୍‌ରେ ଭାରତ ପ୍ରଥମେ ଚୀନ୍‌ ବିପକ୍ଷରେ ଖେଳିଥିଲା ଏବଂ ଦୁଇଟି ଯାକ ମ୍ୟାଚ୍‌ ଜିତିଥିଲା । କଳିଙ୍ଗ ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷ ପ୍ରଥମ ମ୍ୟାଚରେ ୨-୧ରେ ଜିତିଥିଲା ବେଳେ ଦ୍ୱିତୀୟ ମ୍ୟାଚକୁ ୩-୪ରେ ହାରିଥିଲା । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଳିଙ୍ଗ ଷ୍ଟାଡିୟମରେ ସ୍ପେନ ବିପକ୍ଷ ମ୍ୟାଚରେ ବିଜୟ ଲାଭ କରି ଅଲମ୍ପିକ୍ସର ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

କିଛିଦିନ ପୂର୍ବରୁ, ଜର୍ମାନୀ ମହିଳା ହକି ଦଳ ମ୍ୟାଚ ପାଇଁ ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚିବା ପରେ ଜର୍ମାନୀ ମହିଳା ହକି ଦଳର ହେଡ୍ କୋଚ୍ ଅକିମ ବଚୁଚି ଦଳର ପ୍ରସ୍ତୁତି ବିଷୟରେ ଜଣାଇ ଥିଲେ | ସେ କହିଥିଲେ, “ଜର୍ମାନୀ ମହିଳା ଦଳ ଦୁଇ ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଥର ପାଇଁ ଖେଳିବ। ଷ୍ଟାଡିୟମର ପରିବେଶ ଅତ୍ୟନ୍ତ ଉତ୍ସାହ ଜନକ ହୋଇଥିବା ବେଳେ ଭାରତୀୟ ମହିଳା ଦଳ ବିପକ୍ଷରେ ଏହି ମ୍ୟାଚ ଖେଳିବା ପାଇଁ ଆମେ ବହୁତ ଆଗ୍ରହୀ ଅଟୁ | ଭାରତ ଏବଂ ଜର୍ମାନୀ ମଧ୍ୟରେ ଡବଲ୍ ହେଡର୍ ମ୍ୟାଚ ଶନିବାର ଏବଂ ରବିବାର ଦିନ ୫ଟା ରେ ଖେଳାଯିବ | ତେବେ ଏହି ସମସ୍ତ FIH ପ୍ରୋ ଲିଗ୍ 2022 ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସ୍ ସିଲେକ୍ଟ 2 ଏବଂ ଷ୍ଟାର୍ ସ୍ପୋର୍ଟସ୍ ସିଲେକ୍ଟ 2 HD ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ | ମ୍ୟାଚ୍ ଗୁଡିକ ହଟଷ୍ଟାର୍ ଆପ୍ ରେ ଲାଇଭ୍ ଷ୍ଟ୍ରିମିଂ ପାଇଁ ମଧ୍ୟ ଉପଲବ୍ଧ |

Related posts

ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ:ଡିସିପି

Odisha Sports Bureau

ନବନିତଙ୍କ ଗୋଲ୍ ବଳରେ ଭାରତ-ମ୍ୟାଲେସିୟା ମ୍ୟାଚ୍ ଡ୍ର

ହକି ଇଣ୍ଡିଆ : 33 ଖେଳାଳିଙ୍କ ନାମ ଘୋଷଣା