Cricket

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବିଜୟୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବିଜୟୀ  । ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ । ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ୨୦୮ ରନରେ ଅଲଆଉଟ୍ ହୋଇଛି। ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଲା ଭାରତ । ରୋହିତ ଶର୍ମାଙ୍କ ଦଳକୁ ବଡ଼ ବିଜୟ ସହ ୨-୦ ଶୃଙ୍ଖଳା ମୂଳପୋଛରୁ ବଞ୍ଚିତ ରଖିପାରିଲେ ନାହିଁ। ଭାରତର ପ୍ରଥମ ପାଳି ୨୫୨, ଦ୍ଵିତୀୟ ପାଳି ୩୦୩ ରନ୍ କରିଥିଲା । ସେହିପରି ଶ୍ରୀଲଙ୍କା ପ୍ରଥମ ପାଳିରେ ୧୦୯, ଦ୍ଵିତୀୟ ପାଳିରେ ୨୦୮ ରନ୍ କରିପାରିଛି।

ଶ୍ରେୟସ ଆୟର ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ରିଷଭ ପନ୍ଥ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି। ସୋମବାର କରୁଣାରତ୍ନେ ୧୦୭ ରନ୍‌ର ଶତକୀୟ ପାଳି ଖେଳିଥିବା ବେଳେ ୪୪୭ ରନ୍‌କୁ ପିଛା କରୁଥିବା ଭ୍ରମଣକାରୀ ସିଂହଳୀ ଦଳ ଦ୍ବିତୀୟ ପାଳିରେ ୨୦୮ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶ୍ରୀଲଙ୍କାର ଦ୍ବିତୀୟ ପାଳିରେ ଦୁଇଟି ମାତ୍ର ଅର୍ଦ୍ଧଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା।

 

Related posts

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ

ହସପିଟାଲରେ ଭର୍ତ୍ତି ହେଲେ ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂ

Odisha Sports Bureau

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

Odisha Sports Bureau