Cricket

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବିଜୟୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଟେଷ୍ଟରେ ଭାରତ ବିଜୟୀ  । ଶ୍ରୀଲଙ୍କାକୁ ୨୩୮ ରନରେ ହରାଇଲା ଭାରତ । ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କା ୨୦୮ ରନରେ ଅଲଆଉଟ୍ ହୋଇଛି। ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଲା ଭାରତ । ରୋହିତ ଶର୍ମାଙ୍କ ଦଳକୁ ବଡ଼ ବିଜୟ ସହ ୨-୦ ଶୃଙ୍ଖଳା ମୂଳପୋଛରୁ ବଞ୍ଚିତ ରଖିପାରିଲେ ନାହିଁ। ଭାରତର ପ୍ରଥମ ପାଳି ୨୫୨, ଦ୍ଵିତୀୟ ପାଳି ୩୦୩ ରନ୍ କରିଥିଲା । ସେହିପରି ଶ୍ରୀଲଙ୍କା ପ୍ରଥମ ପାଳିରେ ୧୦୯, ଦ୍ଵିତୀୟ ପାଳିରେ ୨୦୮ ରନ୍ କରିପାରିଛି।

ଶ୍ରେୟସ ଆୟର ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ରିଷଭ ପନ୍ଥ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି। ସୋମବାର କରୁଣାରତ୍ନେ ୧୦୭ ରନ୍‌ର ଶତକୀୟ ପାଳି ଖେଳିଥିବା ବେଳେ ୪୪୭ ରନ୍‌କୁ ପିଛା କରୁଥିବା ଭ୍ରମଣକାରୀ ସିଂହଳୀ ଦଳ ଦ୍ବିତୀୟ ପାଳିରେ ୨୦୮ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶ୍ରୀଲଙ୍କାର ଦ୍ବିତୀୟ ପାଳିରେ ଦୁଇଟି ମାତ୍ର ଅର୍ଦ୍ଧଶତକୀୟ ଭାଗୀଦାରି ଦେଖିବାକୁ ମିଳିଥିଲା।

 

Related posts

ଏଲଏଲସି ଖେଳିବେ ଭାରତର ପୂର୍ବତନ ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ

Odisha Sports Bureau

କିଏ ହେବ ଏଲିମିନେଟ ??

Odisha Sports Bureau

ବିସିସିଆଇ ଦକ୍ଷିଣ ଅଫ୍ରିକା ଗସ୍ତ ପୂର୍ବରୁ ୩ଟି ଫର୍ମାଟରେ ଟିମ ଘୋଷଣା କରିଛନ୍ତି

Odisha Sports Bureau