Hockey

ମହିଳା ପ୍ରୋ ଲିଗ୍‌: ଦୁଇଟି ମ୍ୟାଚ୍‌ର ନୂଆ ସୂଚୀ ଘୋଷଣା

(ଦିଲ୍ଲୀ) : ଭାରତୀୟ ପୁରୁଷ ଓ ମହିଳା ଦଳ କଳିଙ୍ଗ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ ଭାବେ ନେଇ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳୁଛି । ନେଦରଲାଣ୍ଡସ ମହିଳା ଦଳ ଗତ ମାସରେ ଭୁବନେଶ୍ୱର ଗସ୍ତ କରି ଘରୋଇ ଦଳ ସହ ୨ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ଦଳ ସେତେବେଳେ ଗସ୍ତ ବାତିଲ କରିଥିଲା ।

ସୂଚନାନୁଯାୟୀ , ଶୁକ୍ରବାର ପୂର୍ବ ଦୁଇଟି ମ୍ୟାଚ୍‌ର ନୂଆ ସୂଚୀ ଘୋଷଣା କରିଛି ହକି ଇଣ୍ଡିଆ । ଏପ୍ରିଲ ୮ ଓ ୯ ତାରିଖରେ ନେଦରଲାଣ୍ଡସ ଘରୋଇ ମହିଳା ଦଳ ସହ ଭୁବନେଶ୍ୱରରେ ଦୁଇଟି ମ୍ୟାଚ୍‌ ଖେଳିବ । ପୂର୍ବରୁ ନେଦରଲାଣ୍ଡସ ଫେବ୍ରୁଆରୀ ୧୯ ଓ ୨୦ ତାରିଖରେ ଏହି ଦୁଇଟି ମ୍ୟାଚ୍‌ ଖେଳିବାର ସୂଚୀ ରହିଥିଲା । ଯାହାକୁ ନେଇ ହକି ଇଣ୍ଡିଆ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲା ।

Related posts

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

Odisha Sports Bureau

ଭାରତୀୟ ପୁରୁଷ ହକି ଦଳର ନୂତନ କୋଚ ଗ୍ରାହାମରିଡ

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau