Cricket

ବିଜୟ ପଥରେ ଆଗେଇ ଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

ମୁମ୍ବାଇ : ବିଜୟ ପଥରେ ଆଗେଇ ଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ବିଜୟ କରିଛି ଲକ୍ଷ୍ନୌ  । ପ୍ରଥମ ଥର ହାରିବା ପରେ ଲଗାତାର ତିନୋଟି ମ୍ୟାଚରେ ନିଜର ଧମାକାଦାର ପ୍ରଦର୍ଶନ କରିଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ବିଜୟ କାରଣରୁ ଲକ୍ଷ୍ନୌ ପଏଣ୍ଟ ଟେବୁଲରେ ୨ୟ ସ୍ଥାନ ଗ୍ରହଣ କରିଛି । ଏହା ସହ ପ୍ରଥମ ସ୍ଥାନରେ ରହିଛି କୋଲକାତା ନାଇଟ୍ ରାଇଡର୍ସ ଓ ୩ୟ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ଏହା ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ଗୁଜୁରାଟ ଟାଇଟନ୍ସ ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୧୫୦ ରନ ଲକ୍ଷ ରଖି ଖେଳ ଆରମ୍ଭ କରିଥିଲା । ପରେ ଦୁଇଟି ବଲ ବାକି ଥାଇ ବିଜୟର ପାହାଚରେ ପାଦ ରଖିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ।

Related posts

ଡ୍ରେସିଂ ରୁମରେ ଭେପିଂ ଗମ୍ଭୀର ସମସ୍ୟାରେ ପଡ଼ିଛନ୍ତି ରିୟାନ ପରାଗ

Odisha Sports Bureau

କେବେ, କେଉଁଠି ଓ କିପରି ଦେଖିବେ ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ-ପାକିସ୍ତାନ ମହାମୁକାବିଲା ଲାଇଭ୍

Odisha Sports Bureau

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଆଜି ଶେଷ ଦିନରେ ହାରିଲା ଭାରତ

Odisha Sports Bureau